ଫସଲ ଜମିରେ ବିନା ଅନୁମତିରେ ଘରୋଇ କମ୍ପାନୀର ମନ ମାନି, ସମାଧାନ ନହେଲେ ଚାଷୀଙ୍କ ଆନ୍ଦୋଳନର ଧମକ ।

ଯାଜପୁର,୧୯/୧୧(ପିପିଟି) : ଚାଷୀଙ୍କ ଅବସ୍ଥା ଦିନକୁ ଦିନ ଖରାପ ହୋଇଯାଉଛି ।କେତେ ବେଳେ ଦଇବର ମାଡ ତ କେତେବେଳେ ତାଙ୍କ ଅଗୋଚର ଜମିରେ ଘରୋଇ କମ୍ପାନୀ ମାନେ ଜମିକୁ ତାଡି ନଷ୍ଟ କରିଦେଉଛନ୍ତି। ଏଭଳି ଏକ ସଂଙ୍ଗିନ୍ ଅଭିଯୋଗ ଆସିଛି ବଡଚଣା ବ୍ଲକ ଅନ୍ତର୍ଗତ ବରପଦା ଅଞ୍ଚଳରୁ । ଖବର ଅନୁଯାୟୀ, ବିନା ଅନୁମତିରେ ଜମିରେ ମେଗା ପାନୀୟ ଜଳ ପ୍ରୋଜେକ୍ଟ ଆଳରେ ଘରୋଇ ଏଲ୍ ଆଣ୍ଡ ଟି କମ୍ପାନୀ ଚାଷ ଜମିକୁ ଏଭଳି କ୍ଷତବିକ୍ଷତ କରିଦେଇଛି । ଚାଷୀ ପରିବା ଚାଷ ଆରମ୍ଭ କରିବା ପାଇଁ ଜମିକୁ ହଳଲଙ୍ଗଳ କରି କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ଘରୋଇ କମ୍ପାନୀ ରାତି ଅଧିଆ ଜମିରେ ତାଣ୍ଡବ ଆରମ୍ଭ କରିଦେଇଛି। କିଛି ଚାଷୀ ଏହାର କୈଫତ୍ ମାଗିବା ଯୋଗୁଁ ଜମି ମଝିରେ ବଡ ବଡ ମେସିନ ଛାଡି ଦେଇ ମାସେ ହେଲା କାହାର ଦେଖାଦର୍ଶନ ନାହିଁ। ପାଣି ଟାଙ୍କି ପାଇଁ ଓ ପାଇପ ଲାଇନ ପାଇଁ ଜମି ଅଧିଗ୍ରହଣ କମ୍ପାନୀ କରିଥିଲା ବେଳେ ସେଠାରେ ଟାଙ୍କି ନକରି ଅଲଗା ପ୍ଳଟ୍ ରେ କରିଛନ୍ତି । ସେହି ଖବର ଚାଷୀ ମାନେ ଉଚ୍ଚ କର୍ତ୍ତୃପକ୍ଷ ଜଣାଇରେ ବି କୌଣସି ସୁଫଳ ମିଳିନାହିଁ । ଚାଷୀମାନେ କଣ କରିବେ ସେ ନେଇ ଚିନ୍ତା ଘାରିଛି । ଏଣୁ ଆଜି ସେମାନେ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଛନ୍ତି। ଯଦି ସେମାନଙ୍କ ସମସ୍ୟାର ସମାଧାନ ନକରାଗଲା, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି ।

Comments (0)
Add Comment