ଫଳଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ଯର ଫଳ ନଷ୍ଟ ।

ମାଲକାନଗିରି,ତା:୧୯/୦୨(ପିପିଟି);ଗତ କାଲି ରାତି ୧୨ଟା ସମୟରେ ମାଲକାନଗିରି ସଦର ମହକୁମାସ୍ଥିତ ଜନସ୍ବାସ୍ଥ୍ଯ କାର୍ଯ୍ଯାଳୟ ସମ୍ମୁଖରେ କିଛି ମାସ ତଳେ ପଥ ପ୍ରାନ୍ତରେ ଖୋଲିଥିବା ଫଳ ଦୋକାନରେ ଅଗ୍ନି କାଣ୍ଡ ଘଟି ଲକ୍ଷାଧିକ ମୂଲ୍ଯର ଫଳ ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ସୂଚନା ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିଥିଲେ । ଫଳରେ ନିକଟରେ ଥିବା ଅନ୍ଯ ଫଳ ଦୋକାନଗୁଡିକ ଅଗ୍ନି ଦାଉରୁ ମୁକ୍ତ ହୋଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ,ଗତକାଲି ପଥ ପ୍ରାନ୍ତରେ ଖୋଲିଥିବା ଫଳ ଦୋକାନରେ କିଛି ପିଲା ରାତିରେ ଶୋଇଥିବା ବେଳେ ମଶା ଦାଉରୁ ରକ୍ଷା ପାଇଁ ମଶାଧୂପ ଲଗାଇ ଶୋଇପଡିଥିଲେ  ପୋଷାକପତ୍ର,କାଗଜ,ପାଳକୁଟାକୁ ଅଗ୍ନି ସଞ୍ଚରୀ ଯାଇଥିଲା । ଅଗ୍ନି ତାପରେ ଶୟନ ରତ ପିଲାମାନଙ୍କର ନିଦ୍ରା ତୁରନ୍ତ ଭଙ୍ଗ ହୋଇଥିଲା । ଫଳରେ ସେମାନେ ଅଗ୍ନି କାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଥିଲେ !ତେବେ ଫଳ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଆପଲ,ଅଙ୍ଗୁର,କମଳା ଏବଂ ଅନ୍ଯାନ୍ଯ ସାମଗ୍ରୀ ପୋଡି ଛାରଖାର ହୋଇପଡିଥିଲା । ସୂଚନା ପାଇ ମାଲକାନଗିରି ଅଗ୍ନିଶମ କର୍ମଚାରୀମାନେ ଅଗ୍ନିକୁ ଆୟତ କରିଥିଲେ । ଫଳରେ ନିକଟରେ ଥିବା ଆଉ କିଛି ଫଳ ଦୋକାନ ଅଗ୍ନି କାଣ୍ଡରୁ ରକ୍ଷା ପାଇଯାଇଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡରେ ଫଳ ଦୋକାନୀ ଭଗବାନ ହରିଜନ,ଗାଁ କୁପିଆ,ଥାନା ବୋରିଗୁମ୍ମା ଏବଂ ମାଲକାନଗିରି ସଦର ମହକୁମା ଜଗନ୍ନାଥ ସାହିର ଫଳ ଦୋକାନୀ ମଙ୍ଗୁଳୁ ବେହେରାଙ୍କ ଫଳଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଫଳ ନଷ୍ଟ ହୋଇଥିବା ବୋଲି କୁହାଯାଇଛି ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment