ଫଳକରୁ ନାମ ଲିଭାଇ ହୀନ ରାଜନୀତି କରୁଛି ବିଜେପି ।

ଯାଜପୁର,୧୨/୧୦(ପିପିଟି): ଗତ ୨୦୨୯ ମସିହା ମାର୍ଚ୍ଚ ମାସ ୬ ତାରିଖ ଦିନ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଗୃହକୁ ପୂର୍ବତନ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଉଦ୍ଘାଟନ କରିଥିଲେ । ହେଲେ ଦୀର୍ଘ ୫ ବର୍ଷ ପରେ କେହି ଏହି ଫଳକରୁ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନାମକୁ ଲିଭାଇ ଦେଇଛି । ଯାହାକୁ ନେଇ ସୁକିନ୍ଦା ସହିତ ପୁରା ନିର୍ବାଚନ ମଣ୍ଡଳୀରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସରକାର ବଦଳିବା ପରେ ବିଜେପି ଏହି ହୀନ ରାଜନୀତି କରୁଛି ବୋଲି ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି । ନିର୍ବାଚନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟୀ ହୋଇଥିଲା । ଏହା ପରେ ସୁକିନ୍ଦା ଅଶାନ୍ତ ହୋଇ ଉଠିଛି । ବିଜେପିର କର୍ମୀ ମାନେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରି ଲହୁ ଲୁହାଣ କରିଥିଲା ବେଳେ ନିରୀହ ଆଦିବାସୀ ମାନେ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ନିରବ ବସିଛି । ବିଜେଡି ସମୟରେ ସୁକିନ୍ଦାରେ ବ୍ୟାପକ ବିକାଶ ସାଧିତ ହୋଇଛି । ଏହା ବିଜେପିର ଗାତ୍ର ଦାହ କରୁଛି । ଫଳରେ ବିଜେପି ନଗଡାକୁ ଆୟୁଧ କରି ଅପ ପ୍ରଚାର କରୁଛି । ହେଲେ ନିକଟରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଏକ ସାକ୍ଷାତକାର ସମୟରେ କହୁ କହୁ ନଗଡା ବିକାଶ କଥା କହି ଦେଇଛନ୍ତି । ଏହା ଫଳରେ ବିଜେପି ଏକ ପ୍ରକାର ଅପ୍ରସ୍ତୁତ ହୋଇ ପଡିଛି । ଏହାକୁ ନେଇ ବିଜେପି ଏବେ ଫଳକ ରାଜନୀତି ଆରମ୍ଭ କରିଛି । ଫଳକରୁ କିଭଳି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନାମ ଲିଭା ଯିବ ସେ ନେଇ ସମ୍ପୁର୍ଣ୍ଣ ଯୋଜନା କରିଛି । ସେହି ଯୋଜନା ଅନୁଯାୟୀ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଏକ ଫଳକରୁ ନାମ ଲିଭାଇଥିବା ଅଭିଯୋଗ ହୋଇଛି । ଏହା ବିଜେଡିକୁ କ୍ଷୁବ୍ଧ କରିଥିଲା ବେଳେ ଏହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେଡି ବ୍ଲକ ସଭାପତି ବିବେକା ନନ୍ଦ ବୋଷ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଏହା ବିଜେପି ଦଳର ହୀନ ରାଜନୀତିକୁ ଦର୍ଶାଉଛି । ଫଳକରୁ ନାମ ଲିଭାଇବା ଦ୍ୱାରା ସୁକିନ୍ଦା ଜନସାଧାରଣ ତାଙ୍କ ପ୍ରିୟ ନେତା ଇଂ ପ୍ରୀତିରଞ୍ଜନ ଘଡାଇଙ୍କୁ ଭୁଲି ଯିବେ ନାହିଁ। ସୁକିନ୍ଦାବାସୀଙ୍କ ହୃଦୟରେ ରହିଛନ୍ତି ପ୍ରୀତିରଞ୍ଜନ। ଅପରପକ୍ଷେ ଏହି ଘଟଣାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

(ରିପୋର୍ଟ- ଅକ୍ଷୟ କୁମାର ରାଉତ।)

Comments (0)
Add Comment