ପ୍ଲାଷ୍ଟିକ୍ କୁହ ନାଁ କାର୍ଯ୍ୟକ୍ରମ ।

ବେଲଗୁଣ୍ଠା,୨୮/୦୩(ପିପିଟି):ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ଲାଷ୍ଟିକ୍ କୁହ ନାଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡ଼େଇ ଏବଂ ଇକୋକ୍ଲବ୍ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ନେତୃତ୍ୱରେ ବିଦ୍ୟାଳୟର ନବମ ଦଶମ ଶ୍ରେଣୀର ଇକୋ କ୍ଲବ୍ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଡି.ସରୋଜିନୀ,ଶିକ୍ଷକ ବିଶ୍ୱଜିତ୍ ନାୟକ, ମାନସ ରଞ୍ଜନ ମହାନ୍ତି,ସନ୍ତୋଷ କୁମାର ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଶାଳ ପତ୍ର,କଦଳୀ ପତ୍ରରେ ଖଲି ତିଆରି କରିବା ସହ କାଗଜରେ ବ୍ୟାଗ୍ ଏବଂ ଠୁଙ୍ଗା ତିଆରି କରିବା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment