ପ୍ରେମ ବିବାହର ୬ମାସ ନ ପୁରୁଣୁ ବିବାହିତା ଝିଅର ମୃତ୍ୟ,ବୋଲଗଡ଼ ଥାନାରେ ଏତଲା ସ୍ୱାମୀ ଅଟକ।

ବୋଲଗଡ,୨୫/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଜଣେ ଝିଅକୁ ବିବାହାପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପଘର ଲୋକେ। ତେବେ ସୁଚନା ଅନୁଯାୟୀ ଆଜକୁ ୬ ମାସ ପୂର୍ବରୁ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଭାଲିଆବାଡ଼ି ଗାଁର ଏ .ଲଡୁକେଶ୍ୱରଙ୍କ ଝିଅକୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳ ଗୋପାଳିପଡା ଗ୍ରାମର ଅଲେଖ ନାୟକଙ୍କ ପୁଅ ଆକାଶ ନାୟକ ଅପହରଣ କରିଥିଲା । ପରେ ଆପୋଷ ସମାଧାନ ହୋଇ ବିବାହ କରିଥିଲେ। ଆକାଶ ଗଞ୍ଜାମ ଜିଲ୍ଲାକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇ ଏ .ସନ୍ତୋଷୀକୁ ପ୍ରେମ ବିବାହ କରିଥିଲା। ଗତକାଲି କୌଣସି କାରଣରୁ ଏ ସନ୍ତୋଷୀ ଦାନାଦାର ବିଷ ଖାଇଦେଇଥିଲେ। ଏହାପରେ ଏ .ସନ୍ତୋଷୀକୁ ଗୁରୁତର ଅବସ୍ଥାରେ ଶଶୁରଘର ଲୋକେ ବୋଲଗଡ଼ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବୋଲଗଡ଼ ଥାନା ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ଆକାଶ ନାୟକକୁ ପଚରାଉଚରା କରିବାସହ ଥାନାରେ ଅଟକ ରଖିଛି। ଅପରପକ୍ଷରେ ଗଞ୍ଜାମ ଜିଲ୍ଲାରୁ ଝିଅର ପରିବାର ଆସି କ୍ଷତାକ୍ତ ଶରୀରକୁ ଦେଖି ହତ୍ୟା ଅଭିଯୋଗ କରିଛନ୍ତି। ଏନେଇ ବୋଲଗଡ଼ ପୋଲିସ ତଦନ୍ତ ଜାରିରଖିଛି । (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)

Comments (0)
Add Comment