କି ସୁନ୍ଦର ଆମ୍ବ ଗଛ ଆମ୍ବ ବକୁଳ
କୁହୁ କୁହୁ ତାନେ ଡାକ ଛାଡେ କୋକିଳ…!!
ବସନ୍ତ ଆସିଲା ବୋଲି ହୋଇଲା ଜ୍ଞାତ
ଡାଳେ ଡାଳେ ହୋଲାଣି ପୁଷ୍ପ ବିକଶିତ…!!
ନବପଲ୍ଲବରେ ବିମଣ୍ଡିତ ପାଦପ
ସବୁଜ ସୁନ୍ଦର ବନ ହରେ ସନ୍ତାପ….!!
ମନ୍ଦ ମନ୍ଦ ଶୀତଳ ସମୀରଣ ପ୍ରବାହ
ସ୍ୱର୍ଗୀୟ ସୁଖଦ ଯୋଗୁଁ ଆହ୍ଲାଦ ଦେହ…!!
ଅପଘନୁ କ୍ଳେଶ ଯେତେ ହେଲା ଦୂରିତ
ମନ୍ମଥ ବେଦନା ଅଙ୍ଗ ଦହିଲା ମାତ୍ର….!!
ବାର ବାର ମାର ଦଗ୍ଧ କରିଲା ଗାତ୍ର
ନବୀନା ବୟସୀ ବାଳା ଲୋଡେ ସଙ୍ଗାତ….!!
ନାନା କୁସୁମ ରେ ଶୋଭା ଅଟବୀ କୁଳ
ବିଚିତ୍ର ଚିତ୍ର ଶୋଭାରେ ନେତ୍ର ଅଟଳ…!!
ନିର୍ଝର ଝର ଝର ଗାଏ ସଂଗୀତ
ବନ ଭୂଇଁ ରବି ଛବି କରେ ମୋହିତ…!!
ଶୀତଳ ଛାୟାରେ ବସି ବିହଙ୍ଗ ରାବେ
ବସନ୍ତେ ପ୍ରଣୟ ଚିନ୍ତି ପ୍ରୀତି ଆରମ୍ଭେ….!!
ନିର୍ମଳ ଗଗନେ ଜ୍ୟୋତ୍ସ୍ନା ଢାଳଇ ଜହ୍ନ…
ଥୟ ହେଉ ନାହିଁ କ୍ଷଣେ କୁଆଁରୀ ମନ….!!
ପ୍ରେମିକା ପ୍ରେମିକ ପ୍ରୀତି ଆଶାରେ ପତ୍ର
ରଚନ୍ତି ଅନ୍ତର ବ୍ଯଥା ପ୍ରେମର ସୂତ୍ର…..!!
ଏ ବସନ୍ତ ଋତୁର ଅଟେ ପ୍ରେମ ମୁହୂର୍ତ୍ତ
ପ୍ରେମ ବିନା ଜୀବନର ନାହିଁ ମହତ୍ତ୍ଵ…..!!
ପ୍ରେମ ସିନା ଶାନ୍ତି ମୈତ୍ରୀ ମନକୁ ବୁଝେ
ପ୍ରେମ ହୀନ ମଣିଷଟା ଗର୍ବେ ଗରଜେ….!!
ଭଲ ପାଇବାଟା ସିନା ମଣିଷ ଜାଣେ
ପଶୁ ଠାରେ ନାହିଁ ପ୍ରେମ ହିଂସା ବଖାଣେ….!!
ବସନ୍ତଟା କରେ ହୃଦ କୋମଳ ସିନା
ପଥର ଦେହରେ ପଦ୍ମ ବିକଶେ କି ନା….?
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭