***ପ୍ରେମ***

ପ୍ରେମ:ଏକ ନିଷ୍ପାପ ମନର ନିର୍ଜାସ ପରି
ଆପେ ଆପେ ମିଶିଯାଏ ନିର୍ଝର ସହ
ପ୍ରତୀକ୍ଷିତ ଅର୍ଣ୍ଣବରେ
ଯେପରି ବିନା ଦ୍ବିଧାରେ ଚୁମ୍ବିଯାଏ ବର୍ଷା
ଧରଣୀର ତୃଷିତ ଓଠକୁ…!!
ପ୍ରେମ:ଏକ ମଧୁ ଝରା ପୁଷ୍ପିତ ଉଦ୍ୟାନ
ସୁଗନ୍ଧରେ ବିମୋହିତ ପ୍ରାଣ
ମହକିତ ମଳୟରେ ଭ୍ରମିତ ଭ୍ରମର
ଗୁଣୁ ଗୁଣୁ ଗୁଞ୍ଜନରେ
ଧ୍ବନିତ ହୃଦୟ…!!
ପ୍ରେମ:ଏକ ସଂକଳ୍ପର କଳ୍ପିତ ସ୍ବପନ
ଗୋପନର କାହାଣୀ ଅନେକ
କଳଙ୍କିତ ମିଠା ଜହ୍ନ ରାତି
ତଥାପି ଭଲ ଲାଗେ ସେହି ହସ
ସେହି ମୁହଁ ଆଉ
ସେହି ଚୋରା ପ୍ରୀତି…!!

(ଉତ୍କଳ ରତ୍ନ କବି କେଶବ ଚନ୍ଦ୍ର ନାୟକ)(

ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

ମୋନ:୯୪୩୭୭୭୯୪୪୭

Comments (0)
Add Comment