ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଅନ୍ତିମ ଦିବସରେ ୧୩ ଜଣ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର।

ପୋଲସରା,୧୪/୦୩(ପିପିଟି): ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ଅନ୍ତିମ ଦିବସ ରେ ଆଜି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଜଣ କାଉନସିଲର ପ୍ରାର୍ଥୀ ନିଜ ନିଜର ମନୋନୟନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଆଜି ପରିଷଦର ୨ ନମ୍ବର ୱାର୍ଡ ରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଗୋପାଳ କୃଷ୍ଣ ସାହୁ , ୩ ନମ୍ବର ୱାର୍ଡ ର ସୌଦାମିନୀ ସାହୁ, ୫ ନମ୍ବର ୱାର୍ଡର ରେନୁବାଳା ବେହେରା ଓ ଭାଗ୍ୟଲତା ବେହେରା,୭ ନମ୍ବର ୱାର୍ଡର ଦେବାନନ୍ଦ ପ୍ରଧାନ,୯ ନମ୍ବର ୱାର୍ଡର ରେଣୁ ବାରିକ , ୧୩ ନମ୍ବର ୱାର୍ଡର କାନ୍ତା ସାହୁ , ୧୪ ନମ୍ବର ୱାର୍ଡର ମମତା କୁମାରୀ ବେହେରା , ୧୫ ନମ୍ବର ୱାର୍ଡ ଷଷ୍ଠୀ ପ୍ରସାଦ ଡାକୁଆ , ୧୬ ନମ୍ବର ୱାର୍ଡର ଗୋପାଳକୃଷ୍ଣ ସାହାଣୀ ଓ ସୁରେଶ କୁମାର ବେହେରା ଏବଂ ୧୯ ନମ୍ବର ୱାର୍ଡରୁ ପ୍ରାର୍ଥୀ ଥିବା ନାରାୟଣ ମହାପାତ୍ର ପ୍ରମୁଖ ନିଜ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଏହା ପରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୯ ୱାର୍ଡରେ ୪୧ ଜଣ ପ୍ରାର୍ଥୀ ରହିଛନ୍ତି। ପରିଷଦର ୮ , ୧୭ ଓ ୧୯ ନମ୍ବର ୱାର୍ଡ ରେ ଜଣେ ଲେଖାଏଁ ସ୍ୱାଧିନ ପ୍ରାର୍ଥୀ ଥିବାରୁ ଉକ୍ତ ୩ ୱାର୍ଡରେ ତ୍ରିମୂଖୀ ପ୍ରତିଦ୍ବନ୍ଦିତା ହେବ। ଏହା ବ୍ୟତୀତ ପରିଷଦ ଅନ୍ୟ ୧୬ ଟି ୱାର୍ଡ ରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦିତା ହେବ। କଂଗ୍ରେସ ପ୍ରଥମ ଥର ପାଇଁ କୌଣସି ପ୍ରାର୍ଥୀ ଦେଇ ନାହିଁ। ସିପିଆଇ ମଧ୍ଯ ନିର୍ବାଚନ ଠାରୁ ଦୂରେଇ ଯାଇଛି।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment