ପ୍ରାଚୀନ ସାହିତ୍ୟ ସଂସଦ ପକ୍ଷରୁ ଆଲୋଚନାଚକ୍ର ଓ କବିତା ପାଠ।

ବ୍ରହ୍ମପୁର,୧୬/୦୭(ପିପିଟି): ରବିବାର ଦିବା ୧୦ ଘଣ୍ଟା ସମୟରେ ଉତ୍କଳ ସମ୍ମିଳନୀ ନ୍ୟାସ ବ୍ରହ୍ମପୁର ଗଞ୍ଜାମର , ସମ୍ମିଳନୀ କକ୍ଷରେ ‘ ପ୍ରାଚୀନ ସାହିତ୍ୟ ସଂସଦ ‘ ବ୍ରହ୍ମପୁରର ମାସିକ ସାହିତ୍ୟ ଆସର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦଘାଟକ ରଙ୍ଗା ନାୟକ ବିଷମକଟକ ଆଲୋଚକ ପଣ୍ଡିତ ବିଶ୍ବନାଥ ଶତପଥୀ, ସଭାପତି ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ସମ୍ପାଦକ ବଂଶୀଧର ସେଠୀ ମଞ୍ଚସୀନ ହୋଇଥିଲେ। ଆଲୋଚକ ପଣ୍ଡିତ ଶତପଥୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏ ରାମମୂର୍ତ୍ତୀ ବେହେରା ସୋରଡା ଗଞ୍ଜାମ ମାଟିର ଅମୃତ ସନ୍ତାନ। “ଓଡ଼ିଆ କୃଷ୍ଣ ସାହିତ୍ୟ ପରମ୍ପରାରେ ରାମମୂର୍ତ୍ତୀ ବେହେରାଙ୍କ ଶ୍ରୀ ରାଧା ମାଧବ ଚମ୍ପୁ ” ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଓଡ଼ିଆ ଚମ୍ପୁ କହିଲେ କେବଳ ବଳଦେବ ରଥଙ୍କର ବିରଚିତ ଏହି କାବ୍ୟକୁ ବୁଝାଏ ମାତ୍ର ଏହି ଚମ୍ପୁର ପ୍ରଭାବ ରେ ପ୍ରଭାବିତ ହୋଇ ଅନେକ ଚମ୍ପୁ ରଚନା କରିଛନ୍ତି ସେଥିମଧ୍ୟରୁ ଏହି ଚମ୍ପୁ ଅନ୍ୟତମ। ସଭାପତି ଡକ୍ଟର ଦାଶ କହିଥିଲେ ଏହି କାବ୍ୟ ଏକ ବିରଳ ଓ ଅଭିନବ ସୃଷ୍ଟି। ଦ୍ଵିତୀୟ ଅଧିବେଶନ କବିତା ପାଠୋତ୍ସବରେ ସଭାପତି ଇଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ,ମଞ୍ଚ ପରିଚାଳନା ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ କବିତା ସଂଯୋଜନା ଗାୟତ୍ରୀ ପାଣିଗ୍ରାହୀ ମଞ୍ଚସୀନ ଥିଲେ। ଏଥିରେ ବିଶ୍ବନାଥ ଶତପଥୀ,ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ଇଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବିଜୟ ଚନ୍ଦ୍ର ମିଶ୍ର,ଶଙ୍କର୍ଷଣ ତ୍ରିପାଠୀ,ଚନ୍ଦ୍ର ଶେଖର ମହାପାତ୍ର, ପ୍ରମୋଦ ପଣ୍ଡା,ବଂଶୀଧର ସେଠୀ, ଝିଲି ରାଣୀ ସାହୁ,ଲିଙ୍ଗରାଜ ଜେନା, ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି,ଆରାଧ୍ୟା ତନାୟା,ପ୍ରଶାନ୍ତ କୁମାର ମହାପାତ୍ର, ଦେବାଶିଷ ଦାଶ, ଡକ୍ଟର ଅଶୋକ କୁମାର ପଣ୍ଡା, ଡକ୍ଟର ଭଗବାନ ଗୌଡ, ଡକ୍ଟର ସଞ୍ଜୟ କୁମାର ପଣ୍ଡା,ଭଗବାନ ପାତ୍ର, ଲାଲ ବାହାଦୁର ପଟ୍ଟନାୟକ,ରାଜୀବ ଲୋଚନ ପାଣିଗ୍ରାହୀ ଆଦି ଉପସ୍ଥିତ ରହି କବିତା ପାଠ ଓ ସହଯୋଗ କରିଥିଲେ । ପରିଶେଷରେ ବିଜୟ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment