ପ୍ରାକ୍ତନ ସାଂସଦ ଶିବାଜୀ ପଟ୍ଟନାୟକ ବିୟୋଗରେ ରଣପୁରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।

ରଣପୁର,୩୦/୦୫(ପିପିଟି): ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) ସି ପି ଆଇ (ଏମ) ତରଫରୁ ରଣପୁର ସହିଦ ରଘୁ ଦିବାକର ଭବନରେ ବରିଷ୍ଠ ବାମପନ୍ଥୀ ନେତା ,ପ୍ରାକ୍ତନ ସାଂସଦ ତଥା ଓଡ଼ିଶାର ବରପୁତ୍ର ଶିବାଜୀ ପଟ୍ଟନାୟକଙ୍କ ବିୟୋଗର ଏକ ଶ୍ରଦ୍ଧାଞ୍ଜଳି ସଭା ସାଥୀ ହରିଶ୍ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଅତିଥି ଓ ସଂଗ୍ରାମୀ ସାଥୀ ମାନେ ଶିବାଜୀ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଏକ ମିନିଟ ଶୋକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଉପସ୍ଥିତ ଅତିଥି ମାନେ ଶିବାଜୀ ବାବୁଙ୍କର ଉତ୍ସାର୍ଗିତ ଜୀବନ,ସାଲିସିହୀନ ସଂଗ୍ରାମ, ସର୍ବାହରା ଶ୍ରେଣୀ ପାଇଁ ଅହରହ ସଂଗ୍ରାମକୁ ବ୍ୟାପକ ଭାବେ ଆଲୋଚନା କରିଥିଲେ।ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ସିଏ ଥିଲେ କର୍ଣ୍ଣଧାର। ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଖୋର୍ଦ୍ଧା ପି ଏନ କଲେଜ ଗଠନରେ ସେ ଥିଲେ ଜଣେ ଅଗ୍ରଣୀ ଯୋଦ୍ଧା। ସାଂସଦ ଥିଲାବେଳେ ଓଡ଼ିଶାରେ ତାଙ୍କର ପ୍ରମ୍ମୁଖ କାର୍ଯ୍ୟ ଥିଲା ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ଶ୍ରେଷ୍ଠ ଅବଦାନ। ପାର୍ଲିଆମେଣ୍ଟରେ ବାରମ୍ବାର ବୃତ୍ତଙ୍ଗ ଓ ମଣିଭଦ୍ର ଯୋଜନା ଜଳ ପ୍ରକଳ୍ପ ପାଇଁ ଦାବୀ କରି ଅବିଭାଜିତ ପୁରୀ ଜିଲ୍ଲାକୁ ଜଳ ସେଚନ କରିବା ତାଙ୍କର ଥିଲା ଲକ୍ଷ୍ଯ । ସେହିଭଳି ୭୫ ବର୍ଷ କମ୍ୟୁନିଷ୍ଟ ଜୀବନ ବିତାଇ ନିଷ୍ଠାପର ଭାବେ ଜନତାର ସେବାକରି ଶେଷ ଜୀବନରେ ନିଜର ଶରୀର ଦାନ ପାଇଁ ଇଚ୍ଛା କରିଥିବାରୁ ତାଙ୍କର ଶେଷ ଯାତ୍ରା ମହାଯାତ୍ରା ଏମ୍ସ ମେଡ଼ିକାଲ ପର୍ଯ୍ୟନ୍ତ ଯାଇ ଡାକ୍ତରୀ ପିଲାଙ୍କ ପାଇଁ ଶରୀର ଦାନ କରାଯାଇ ଥିଲା।ଏହା ଥଲା ତାଙ୍କ ମହାନତା।ସେ ଥିଲେ ଏକାଧାରରେ ଜଣେ ରାଜନୀତିଜ୍ଞ, ଲେଖକ, ସ୍ତମ୍ବକାର, ଜନପ୍ରତିନିଧି ଓ ଶ୍ରମଜୀବୀ ଜନସାଧାରଣଙ୍କର ଅନର୍ଗଳ ସ୍ୱର। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିବା ସହ ଓଡିଶା ରାଜନୀତିରେ ଏକ ଶୂନ୍ୟସ୍ଥାନ ଘଟିଛି।ତେଣୁ ଏକ ସମୃଦ୍ଧ ଓଡିଶା ଗଠନ ଓ ସମାଜ ପରିବର୍ତ୍ତନ କରିବାରେ ତାଙ୍କର ମୂଳ ଲକ୍ଷ ପାଇଁ ଆମେ କାର୍ଯ୍ୟ କରି ପାରିଲେ ତାହା ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବକ୍ତା ମାନେ କହିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାଥୀ ସୁରେଶ ସ୍ବାଇଁ, ଧୁଶାସନ ଜେନା,ଶିକ୍ଷାବିତ ନବକିଶୋର ସାମନ୍ତରାୟ,ଯୁବ ଆଇନଜ୍ଞ କବିରାଜ ପ୍ରଧାନ,ବିଜେଡି ନେତା କିଶୋର ପଟ୍ଟନାୟକ, କଂଗ୍ରେସ ଦଳ ତରଫରୁ ବାଳକୃଷ୍ଣ ଶଢଙ୍ଗୀ,ସଂଯୁକ୍ତା ସେଠି,ସୁଶୀଲ ମହାନ୍ତି,ଗଦାଧର ପ୍ରଧାନ, ସବ୍ୟସାଚୀ ସେନାପତି, ସୁକାନ୍ତି ଜେନା, କୁଳମଣି ପଲେଇ,ରଜତ ଜେନା ପ୍ରମ୍ମୁଖ ଆଲୋଚନା ଆଲୋଚନା କରିଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment