ପ୍ରସିଦ୍ଧ ମିଠା ମଗଜି ଲଡୁ।

ଖୋର୍ଦ୍ଧା,୧୨/୦୨(ପିପିଟି): ସ୍ୱାଦିଷ୍ଠ ମଗଜି ମିଠା ମହିଷ ଖିର ଛେନାରୁ ପ୍ରସ୍ତୁତ ହୋଇଥାଏ। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଠ ହୋଇଥାଏ। ଏହି ମଗଜି ଲଡୁକୁ ଯିଏ ଥରେ ଖାଇଛି ପ୍ରସଂଶା କରି ରହିପାରେ ନାହିଁ। ମହିଷ ଖିରରୁ ପ୍ରସ୍ତୁତ ଛେନା ଅନୁପାତ ରେ ତାର ଅଧା ଚିନି ଦିଆଯାଇ ମଠା ଯାଇଥାଏ,ପରେ ଚୁଲିରେ ବସାଇ ଘଣ୍ଟା ଯାଇଥାଏ। ଥଣ୍ଡା ହେବାପରେ ଗୁଜୁରାତି ଗୁଣ୍ଡ ପକାଇ ମଠାଯାଇଥାଏ ଓ ପରେ ଗୁଳା କରି ମଗଜି ପ୍ରସ୍ତୁତ କରାଯାଇ ଥାଏ। ଦିର୍ଘ ୯୦ ବର୍ଷ ପୂର୍ବେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଷଡଙ୍ଗୀ ଗ୍ରାମର ଚକ୍ରଧର ସାହୁ ନିଜ ଗ୍ରାମରେ ଦୋକାନଦେଇ ମଗଜି ବ୍ୟବସାୟ ଆରମ୍ଭ କରିଥିଲେ। ସମୟାନୁକ୍ରମେ ତାଙ୍କର ଏହି ସ୍ୱାଦିଷ୍ଠ ମଗଜି ପାଖ ଗ୍ରାମର ମନ୍ଦାର, ଭୁବନ, ବିଦ୍ୟାଧର ପୁର, ଦେଓଗାଁ ଗଁଦିଆ ଓ ଢେଙ୍କାନାଳ ଟାଉନ ରେ ମିଠା ଦୋକାନରେ ମଗଜି ଲଡୁ ବିକ୍ରି କରାଯାଉଛି ଏପରିକି କଟକ, ଭୂବନେଶ୍ବର, ଖୋର୍ଦ୍ଧା ବଜାରରେ ଥିବା କିଛି କିଛି ମିଠା ଦୋକାନରେ ସ୍ୱାଦିଷ୍ଠ ମଗଜି ଲଡୁ ପହଞ୍ଚି ସାରିଛି।ଏହି ମଗଜି ସରକାରଙ୍କ ତରଫରୁ ଜୋଗ୍ରାଫିକାଲ ଇଣ୍ଡିକେସନ ବାଏ ଜିଆଇ ଟ୍ୟାଗ୍ ପାଇ ସାରିଛି। ଯାହା କି ୨୦୨୦ମସିହାରେ ଓଡିଶା କୃଷି ବୈଷୟିକ ବିଦ୍ୟାଳୟ ପକ୍ଷରୁ ଆବେଦନ କରାଯାଇଥିଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହିଥିଲେ। ପରବର୍ତ୍ତୀ ସମୟରେ ଜିଆଇ ଏକସ୍ପଟ ଙ୍କ ଦ୍ୱାରା ପରୀକ୍ଷଣ କରାଯାଇଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment