ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ : ଡ଼ିସେମ୍ବର ୧୩ରୁ ମହୋତ୍ସବ ଆରମ୍ଭ ।

ସୁବର୍ଣ୍ଣପୁର ,୦୫/୧୨(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମ ପଂଚାୟତ ଅନ୍ତର୍ଗତ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସ ସମାଧି ପୀଠ, ବାଘପାଲି ଠାରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଟ୍ରଷ୍ଟ ସଭାପତି ରାଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗୁରୁ ମହାରାଜଙ୍କ ପାଦପଦ୍ମରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା, ତାପରେ ଟ୍ରଷ୍ଟ ସମ୍ପାଦକ ମକୁନ୍ଦ ଧରୁଆ ବିବରଣୀ ପଠନ କରିଥିଲେ । ପରେ ସଭାପତି ଶ୍ରୀ ପାଢ଼ୀ ଚଳିତ ବର୍ଷ ଦୁଇଦିନ ବକୁଳ ଅମାବାସ୍ୟା ହେଉଛି, ଯେଉଁ ଦିନ ପୁରୀ ଶ୍ରୀମନ୍ଦିରରେ ବକୁଳ ଲାଗି ଅମାବାସ୍ୟା ପାଳନ କରାଯିବ ସେହି ଦିନ ବକୁଳ ଯାତ୍ରା ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା ଯାହାକି ଆସନ୍ତା ତା ୧୩/୧୨/୨୦୨୫ ରୁ ତା ୨୦/୧୨/୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆସନ୍ତା ୧୫ ତାରିଖରେ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସଙ୍କ ତିରୋଧାନ ଦିବସ ପାଳନ କରାଯିବ ଏବଂ ତା ୧୯ ତାରିଖରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ୨୦ତାରିଖରେ ପୂର୍ଣ୍ଣାହୁତି ହେବ । ଚଳିତ ବର୍ଷ କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା ଏବଂ ଆଇନ ଶୃଙ୍ଖଳା କରିବା ପାଇଁ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗକୁ ପତ୍ର ମାଧ୍ୟମରେ ଅବଗତ କରାଯିବ ନେଇ ପ୍ରସ୍ତାବ ଗ୍ରହଣ କରାଗଲା । ପରେ ମହୋତ୍ସବକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବା ପାଇଁ ବିଭିନ୍ନ ଉପ କମିଟୀ ଗଠନ କରାଗଲା ଯାହା ଟ୍ରଷ୍ଟ ସଦସ୍ୟ ମାନେ ସମସ୍ତ କମିଟିକୁ ତଦାରଖ କରିବେ । ଶେଷରେ ସମାରୁ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଟ୍ରଷ୍ଟ ସଦସ୍ୟ ଉତ୍ତର କୁମାର ପାତ୍ର, ନରସିଂହ ପଧାନ, ପଦ୍ମନ କୁମାର ପଣ୍ଡା, ନଳିନୀ କାନ୍ତ ବାଘ, ଜୟଲାଲ ସେଠି, ଫଗୁନୁ ପଧାନ, କୃପାସିନ୍ଧୁ ଥାଟି, ଯେହେରୁ ପଧାନ, ଫକୀର ପୁରୋହିତ, ଅଭିଷେକ ଅମାତ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment