ପ୍ରଶାସନ ପ୍ରତିଶୃତି ପାଣିର ଗାର : ସବ ରେଜିଷ୍ଟାର କାର୍ଯ୍ୟାଳୟ ଦାବିରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପୁଣି ଗଣଧାରଣା ।

ଉଲୁଣ୍ଡା,୧୮/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଠାରେ ଉପ ନିବନ୍ଧକ କାର୍ଯ୍ୟାଳୟ ଖୋଲିବା ଦାବିରେ ଉଲୁଣ୍ଡା ତହସିଲ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ଗଣଧାରଣା ଆରମ୍ଭ ହୋଇ ଏହା ଆଜି ଦ୍ଵିତୀୟ ଦିବସରେ ପହଂଚିଛି ।ସମାନ ଦାବି ନେଇ ନଅ ମାସ ପୂର୍ବରୁ ଏହି ଗଣଧାରଣା ଦିଆଯାଇଥିଲା । ସେହି ସମୟରେ ବିରମହାରାଜପୁର ଉପ ଜିଲ୍ଲାପାଳ ୩ ମାସ ମଧ୍ୟରେ କାର୍ଯ୍ୟାଳୟ ସ୍ଥାପନ ହେବାନେଇ ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ପାରି ପ୍ରତିଶ୍ରୁତିରେ ରହିଯାଇଛି । ଫଳରେ ଉଲୁଣ୍ଡା ସଚେତନ ନାଗରିକ ମଂଚ ପକ୍ଷରୁ ପୁଣି ଉଲୁଣ୍ଡା ତହସିଲ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଛି । ଯାହା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମଂଚ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଯେ ଉଲୁଣ୍ଡା ବ୍ଲକର ଜନସାଧାରଣ ଜମି ଜମା ରେଜିଷ୍ଟ୍ରି,ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇଁ ଉଲୁଣ୍ଡା ସହର ଠାରୁ ୩୦ କିମି ବିରମହରାଜପୁର ରେ ଥିବା କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡୁଛି । ଏପରିକି ଜନ୍ମ ମୃତ୍ୟୁ ସାର୍ଟିଫିକେଟ ପାଇଁ ଉଲୁଣ୍ଡା ତହସିଲଦାରଙ୍କୁ କ୍ଷମତା ପ୍ରଦାନ ନ କରିବାରୁ ଅଂଚଳର ଲୋକେ ବହୁ ହଇରାଣ ହେଉଛନ୍ତି । ଏଣୁ ଏହିସବୁ ଦାବି ନେଇ ଉଲୁଣ୍ଡାର ଯୁବ ସମାଜସେବୀ ହିମାଂଶୁ ପାଣିଗ୍ରାହୀଙ୍କ ସମେତ ରାମପ୍ରସଦ ପଣ୍ଡା,ନାରାୟଣ ସୁରୁଜାଲ,ବିଷ୍ଣୁ ସୁନା,ନିଲୁ ମହାକୁର, ସଂଗ୍ରାମ ଭୋଇ,ଦେବରଂଜନ ନାୟକ, ରାଜେନ୍ଦ୍ର ହୋତା,ରାମସଙ୍କର ହୋତା, ସୁଶୀଲ ଥାଟି,ବିଭୀଷଣ କୁମ୍ଭାର,ଶରତ ସାହୁ,ମନୋଜ ପାଣିଗ୍ରାହୀ,ଅରୁଣ ମହାନନ୍ଦ ଏବଂ ଅଂଚଳର ବହୁ ଜନସାଧାରଣ ଗଣଧାରଣାରେ ବସିଛନ୍ତି । ଯଦି ଶୀଘ୍ର ଦାବି ପୂରଣ ନ କରାନଯାଏ ତାହେଲେ ଅଗାମି ଦିନରେ ଏହାକୁ ତୀବ୍ରତର କରିବା ସହ ଉଲୁଣ୍ଡା ଅଂଚଳକୁ ବନ୍ଦ ଡାକରା ଦିଆଯିବ ବୋଲି ଧମକ ଦିଆଯାଇଛି ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment