ପ୍ରଶାସନର ମିଳିତ ଚଢାଉ ,ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ ।

ଛତ୍ରପୁର,୧୯/୧୨;ଗଞ୍ଜାମ ଜିଲ୍ଲାର ବଡଗଡ଼ ଥାନା ଅନ୍ତର୍ଗତ ଗଉଡଗୋଠ ପେଡିପଦର ଘାଟି ଅଞ୍ଚଳର ପ୍ରାୟ ୭୬ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଏକ ସ୍ୱତନ୍ତ୍ର ମିଳିତ ଟିମ୍ ଏହି ଚଢାଉ କରିଥିବା ବେଳେ ବିପୁଳ ପରିମାଣରେ ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଅବକାରୀ ବିଭାଗର ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି । ଚଢ଼ାଉରେ ଅବକାରୀ ବିଭାଗ,ପୋଲିସ, ଅବକାରୀ ଗୁଇନ୍ଦା ସଂସ୍ଥା,ସ୍ଥାନୀୟ ଅତିରିକ୍ତ ତହସିଲଦାର ,ବନ ବିଭାଗଙ୍କ ସମେତ ପ୍ରାୟ ତିନି ଶହ କର୍ମଚାରୀ ମିଳିତ ଭାବେ ସାମିଲ ହୋଇଥିଲେ। ୪ଟି ମାମଲା ରୁଜୁ ହୋଇଛି।

Comments (0)
Add Comment