ପ୍ରଭୁ ବୁଢ଼ାରଜାଙ୍କ ଦଶରା ପାଇଁ ତତ୍ପର କମିଟି ଓ ପ୍ରଶାସନ ।

ଲଡୁଗାଁ,୦୯/୧୦:କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀଙ୍କ ଛତର ଯାତ୍ରା ପରେ ପରେ ଏକ ପ୍ରମୁଖ ଓ ଶେଷ ଦଶରା ହେଉଛି କୋକସରା ବ୍ଲକ ତଥା କଳାହାଣ୍ଡି ସୀମାନ୍ତ ଘାଟି ଆମପାଣି ଠାରେ ଥିବା ଆରାଧ୍ୟ ପ୍ରଭୁ ବୁଢ଼ାରଜାଙ୍କ ବାର୍ଷିକ ଦଶରା ମହୋତ୍ସବ । ବୁଢ଼ାରଜା ପୂଜା କମିଟିର ସଭାପତି ଋତୁରାଜ ମାଝୀଙ୍କ ସଭାପତିତ୍ୱରେ ମନ୍ଦିର କମିଟି ଓ ବ୍ଲକ ପ୍ରଶାସନିକ ଅଧିକାରୀ,ଜନ ପ୍ରତିନିଧି,ପୋଲିସ ଅଧିକାରୀ, ଅଗ୍ନିଶମ ବିଭାଗ, ପାନୀୟ ଜଳ,ବିଦ୍ୟୁତ ବିଭାଗୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂଜା ନାନାଦି ବିଧି ବିଧାନ ପୂର୍ବକ ଗୁରୁବାର ଆରମ୍ଭ ହୋଇଥିବା ବେଳେ ଶନିବାର ହେବାକୁ ଥିବା ମୁଖ୍ୟ ପୂଜା ଦଶରା ପର୍ବସହ ଲାଠିଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ,ବୁଢ଼ାରଜା ଦଶରାରେ ମନ୍ଦିରରେ କିଭଳି ଶ୍ରଦ୍ଧାଳୁ ଶାନ୍ତିପୂର୍ଣ୍ଣ ଦର୍ଶନ କରିବେ ଲାଠିଯାତ୍ରା ଅସମ୍ଭାଳ ଭକ୍ତଭିଡ଼ ସମ୍ଭାଳିବା, ଟ୍ରାଫିକ ପରିଚାଳନା ସମେତ ପ୍ରାଥମିକ ଚିକିତ୍ସା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରାଯାଇଥିଲା । କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ, କୋକସରା ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତା,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ବ୍ରଜ ମୋହନ ଦଳେଇ, ଅଗ୍ନିଶମ ବିଭାଗ ଅଧିକାରୀ,ପ୍ରଶାନ୍ତ ବାଘ,ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ,ସମ୍ପାଦକ ସନ୍ତୋଷ ମାଝୀ, ଉପ ସଭାପତି ଵିଘ୍ନେଶ୍ବର ନାଏକ, କୁମୁଦ ପୁଝାରି,ତିଲୋତ୍ତମା ନାଏକ, ଜିତେନ୍ଦ୍ର ପଣ୍ଡା,ତ୍ରିନାଥ ପ୍ରସନ୍ନ ରାୟ, ସୋନୁ ଅଗ୍ରୱାଲ,ବି.ଭାସ୍କର ରାଓ,ମନୋରଞ୍ଜନ ବାଣୁଆ,ବିଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment