ପ୍ରବାସୀମାନଙ୍କ ଦୁଃଖ ବୁଝି ରନ୍ଧା ଖାଦ୍ୟ ଯୋଗାଇଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର କାର୍ଯ୍ୟକର୍ତ୍ତା ।

ହିଞ୍ଜଳିକାଟୁ,(ପିପିଟି)୧୩/୦୫,କରୋନା ଭୂତାଣୁ ମହାମାରୀ ଭାବେ ସାରା ବିଶ୍ବରେ ବଢି ଚାଲିବା ସହ ସଂପୂର୍ଣ୍ଣ ଜୀବନଶୈଳିକୁ ବହୁ ମାତ୍ରାରେ ପ୍ରଭାବିତ କରିଦେଇଛି।ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ପ୍ରତ୍ଯେକ ବ୍ଯକ୍ତି ନିଜର ଜୀବନ ବଞ୍ଚାଇବାକୁ ବ୍ଯାକୁଳ ହୋଇପଡିଛନ୍ତି।ଯାହା ପ୍ରବାସୀ ଶ୍ରମିକମାନଙ୍କ ଜୀବନରେ ଦେଖାଯାଇଥିବା ସମସ୍ଯା ବର୍ତ୍ତମାନ ସମୟରେ ଘୋର ସଙ୍କଟରେ ପହଞ୍ଚିବା ପରିଲକ୍ଷିତ ହେଉଛି।ସୁଦୂର ଆନ୍ଧ୍ରପ୍ରଦେଶରୁ ପାଦରେ ଚାଲି ଚାଲି ନିଜ ଜନ୍ମ ମାଟିକୁ ଯିବା ଦୃଶ୍ଯ ଦେଖିବାକୁ ମିଳିଥିଲା ଗଞ୍ଜାମ ଜାତୀୟ ରାଜପଥ ୫୯,ପୋଚିଲିମା ଛକ ଅଞ୍ଚଳରେ।ଅସହାୟ ବ୍ଯକ୍ତି ମାନଙ୍କ ଦୁଃଖର ଖବର ପାଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ,ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ରନ୍ଧା ଖାଦ୍ୟ ଯୋଗାଇ ମାନବିକତାର ପରିଚୟ ସୃଷ୍ଟି କରିବା ଦେଖିବାକୁ ମିଳିଛି।ପ୍ରାୟ ୩୦ ଜଣ ବ୍ଯକ୍ତିଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ସହିତ ବୌଦ୍ଧ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ଗାଡ଼ି ଯିବାର ବନ୍ଦୋବସ୍ତ କରିଥିବା ସୂଚନା ମିଳିଛି।
ରିପୋର୍ଟ – ଭିକୁ ନାୟକ ।

Comments (0)
Add Comment