ପ୍ରଧାନ ଶିକ୍ଷକ ଙ୍କୁ ଅବସର ସମ୍ବର୍ଦ୍ଧନା ।

ବେଳଗୁଣ୍ଠା,୦୧/୧୧(ପିପିଟି):ଜଗନ୍ନାଥପ୍ରସାଦ ବ୍ଲକ ରାଜନପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ସଭାକୁ ବିଦ୍ୟାଳୟର ଶିକ୍ଷକ ସଞ୍ଜିତ କୁମାର ଶତପଥୀ ସଂଯୋଜନା କରିଥିବା ବେଳେ ରତ୍ନସାଗର ମଳିକ,ପ୍ରଦୀପ କୁମାର ସେଠୀ, ଶ୍ରୀମତୀ ସନ୍ଧ୍ୟାରାଣୀ ପ୍ରମୁଖ ସହଯୋଗ କରିଥିଲେ । ଶ୍ରୀ ମିଶ୍ର ଙ୍କୁ ପୁଷ୍ପଗୁଚ୍ଛ , ଉତ୍ତରୀୟ ଦେଇ ସମ୍ମାନିତ କରିବା ସହ ତାଙ୍କ କାର୍ଯ୍ୟକାରିତା, ସାଧୁତା , ସମାୟାନୁ ବର୍ତୀତା ଆଦି ଗୁଣର ଭୁୟସୀ ପ୍ରଶଂସା କରାଯାଇଥିଲା । ଜଗନ୍ନାଥପ୍ରସାଦ ଗୋଷ୍ଠି ଶିକ୍ଷାଅଧିକାରୀ ସୁଶ୍ରୀ କଲ୍ୟାଣୀ ପାଢ଼ୀ ଙ୍କ ଉଦ୍ୟମରେ ବ୍ଲକ ରେ ପ୍ରଥମଥର ପାଇଁ ଉଦାହରଣ ସ୍ୱରୂପ ସରକାରଙ୍କ ନୂତନ ନିୟମ ପ୍ରକାରେ ଅବସର ଦିନ ଶ୍ରୀ ମିଶ୍ର ଙ୍କୁ ପୂର୍ଣ୍ଣ ପେନସନ , ଗ୍ରାଚୁଏଟ କମ୍ୟୁଟେସନ ପ୍ରଦାନ କରାଯାଇଛି । ଶ୍ରୀ ମିଶ୍ର ମଧ୍ୟ ଏଭଳି ସମ୍ବର୍ଦ୍ଧନା ଓ ଅବସର ଦିନ ହିଁ ପେନସନ ଵ୍ୟଵସ୍ଥା ହୋଇଥିବାରୁ ଖୁବ ଖୁସି ପ୍ରକଟ କରିଛନ୍ତି ।

ରିପୋର୍ଟ- -ସୁଶାନ୍ତ କୁମାର ବେହେରା

Comments (0)
Add Comment