ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଦେଇ ଗ୍ରାମ ପରିକ୍ରମା କରି ବିଦାୟ ଦେଲେ ଗ୍ରାମବାସୀ ।

ବୋଲଗଡ,୦୨/୦୬(ପିପିଟି):ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବ୍ଲକ ବୋଲଗଡ ଅନ୍ତର୍ଗତ ତାଳତୁମ୍ବ ସ୍ଥିତ ପଶ୍ଚିମେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରେ ବିଦ୍ୟାଳୟର ବିଦାୟୀ ପ୍ରଧାନଶିକ୍ଷକ ହରିବନ୍ଧୁ ତ୍ରିପାଠୀ ଙ୍କର ଅବସରକାଳୀନ ସମର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇବାକୁ ଯାଉଥିବା ପ୍ରଣତି ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥିଭାବେ ଭାବେ ପୂର୍ବତନ ବୋଲଗଡ ଶିକ୍ଷା ଅଧିକାରୀ ଡଃ ନିରଞ୍ଜନ ମହାନ୍ତି, ବିଭୂତି ଭୂଷଣ ମହାପାତ୍ର, ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଚନ୍ଦ୍ର ଲେଙ୍କା, ମୁଖ୍ୟବକ୍ତାଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବେହେରା ଓ ସଂମାନିତ ଅତିଥିଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବଳବନ୍ତରାୟ, ସରପଞ୍ଚ ପ୍ରଦୀପ କୁମାର ବାରିକ, ସ୍କୁଲ ପରିଚାଳନା କମିଟିର ସଭାପତି ପବିତ୍ର କୁମାର ବେହେରା, ମୋ ସ୍କୁଲ କମିଟିର ସଭାପତି ପ୍ରଦୀପ୍ତ କୁମାର ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ସିଂହ, ରଘୁନାଥ ଦଳବେହେରା, ଯୋଗିନାଥ ନାୟକ ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ବିଦାୟୀ ସଙ୍ଗୀତ ଗାନ କରିଥିଲେ ଓ ଶିକ୍ଷୟିତ୍ରୀ ପ୍ରଣତି ସିଂହ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପଦ୍ମାବତୀ ନଟବର ବାଳିକା ହାଇସ୍କୁଲ, ବାଙ୍କୀ ଡାଁହସାର ଉଚ୍ଚ ବିଦ୍ୟାଳୟ, ସିମର କୁଞ୍ଜବିହାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାବାଡ ନୀଳକଣ୍ଠେଶ୍ଵର ଉଚ୍ଚ ବିଦ୍ୟାଳୟ, କଡବ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରୁ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକମାନେ ଯୋଗଦେଇଥିଲେ l ସମସ୍ତ ନିମନ୍ତ୍ରିତ ଅତିଥିମାନେ ବିଦାୟୀ ଆଦର୍ଶ ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀଙ୍କର ଛାତ୍ର ବତ୍ସଳତା, ଆଦର୍ଶ ଶିକ୍ଷାଦାନ, ପରୋପକାରୀତା, ସାଧୁତା, ପରିବେଶ ସୁରକ୍ଷା ଓ ଉତ୍ତମ ଆଚରଣ ସମ୍ପର୍କରେ ଗୁଣଗାନ କରିଥିଲେ l ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସରପଞ୍ଚ ଓ ଅନ୍ୟ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷୟିତ୍ରୀ ସୂର୍ଯ୍ୟକାନ୍ତି ବାରିକଙ୍କ ଦ୍ଵାରା ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିପାଠୀଙ୍କୁ ପ୍ରୀତି ଉପହାର, ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ତାଙ୍କର ନିରାମୟ ତଥା ସୁସ୍ଥ ଜୀବନ କାମନା କରିଥିଲେ l ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିପାଠୀଙ୍କ ସଂମ୍ମାନର୍ଥେ ସମସ୍ତଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ସରପଞ୍ଚ ପ୍ରଦୀପ ବାରିକ ପ୍ରମୁଖ ବାଜା ବଜାଇ ଫୁଲମାଳ ଦେଇ ତାଳତୁମ୍ବ ଗ୍ରାମ ପରିକ୍ରମା କରାଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ସୀତାକାନ୍ତ ମିଶ୍ର ସଂଯୋଜନା କରିଥିଲେ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ମିଳିତ ଭାବେ ଏହାକୁ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ଶିକ୍ଷକ ବସନ୍ତ କହ୍ନର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment