ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ।

ଛତ୍ରପୁର,୧୧/୧୦(ପିପିଟି): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର କମଳ ରେ ଆଜି ଆଭାସି ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ କୀର୍ତ୍ତି ୱାସନ୍ ସମସ୍ତଙ୍କୁ ସ୍ବାଗତ କରିବା ସହ ପ୍ରଧାନ ମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି ଉତ୍ପାଦନରେ ଭାରତ ବର୍ଷକୁ ଆତ୍ମ ନିର୍ଭରଶୀଳ କରିବ । ଡାଲି ଉତ୍ପାଦନ ବୃଦ୍ଧି ଏବଂ ଆମଦାନୀ ହ୍ରାସ ହେବ। କୃଷି ଭାଇ ଭଉଣୀ ମାନେ ଆତ୍ମନିର୍ଭରଶୀଳ ହେବେ । ସମସ୍ତେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା,ବାଣିଜ୍ୟ ପରିବହନ,ଖଣି ଓ ଇସ୍ପାତ ବିଭାଗ ଏବଂ ସମ୍ମାନିତ ଅତିଥି ଭାବେ ମାନ୍ୟବର ଆସ୍କା ସାଂସଦ ଅନିତା ଶୁଭଦର୍ଶନୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ,କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ ।

ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ଭାରତରେ କୃଷି ଉତ୍ପାଦନ ବୃଦ୍ଧି ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ଲକ୍ଷ୍ୟ ରଖି ଏକ ବ୍ୟାପକ କୃଷି ଯୋଜନା ପ୍ରସ୍ତୁତ ରଖାଯାଇଛି । ଡାଲି ଉତ୍ପାଦନରେ ଭାରତ ବର୍ଷକୁ ଆତ୍ମ ନିର୍ଭର,ଆମଦାନୀ ହ୍ରାସ ଓ ଉତ୍ପାଦନ ବୃଦ୍ଧି କରିବା । ଏହି ଯୋଜନ ଭାରତ ବର୍ଷରେ ୧.୭କୋଟି କ୍ଷୁଦ୍ର ଓ ନାମ ମାତ୍ର କୃଷକ,ମହିଳା, ଏବଂ ଯୁବକ ଯୁବତୀଙ୍କୁ ନୂତନ ଜ୍ଞାନ କୌଶଳ,ତାଲିମ ପ୍ରକୃଷ୍ଟ ବଜାର ଯୋଗେଇ ଦେବାକୁ ଲକ୍ଷ୍ୟ ରଖିଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ,ଗଞ୍ଜାମ ଜିଲ୍ଲାର କୃଷି ଭାଇ ଭଉଣୀ ମାନେ ଉପସ୍ଥିତ ରହିଥିଲେ ।

Comments (0)
Add Comment