ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପାଳ ପରିବାର ପକ୍ଷରୁ ଶବ ସଂରକ୍ଷିତ ବାକ୍ସ ପ୍ରଦାନ ।

ଭଞ୍ଜନଗର, ୦୧/୦୮(ପିପିଟି) : ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରି ରୋଟାରୀ କ୍ଲବର ସଦସ୍ୟତା ଗ୍ରହଣ କରି ସ୍ଥାନୀୟ ଅଞ୍ଚଳରେ ବହୁ ଜନ କଲ୍ୟାଣ କାର୍ଯ୍ୟ କରି ଆସିଥିବା ଭଞ୍ଜନଗର ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ଶ୍ରୀରାମ ପ୍ରସାଦ ପାଳ ଓ ତାଙ୍କ ଭାଇ କୃଷ୍ଣ ପ୍ରସାଦ ପାଳଙ୍କ ମାତା ସ୍ବର୍ଗୀୟ ପ୍ରେମ ଲତା ପାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆଜି ସ୍ଥାନୀୟ ଆର. ଏମ. ସି ନିକଟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷ ସ୍ବର୍ଗୀୟ ପ୍ରେମ ଲତାଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ୮୦ବର୍ଷ ବୟସରେ ନିଜ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଥିଲା।ତାଙ୍କର ୨ପୁଅ ଓ ୩ ଝିଅ ଅଛନ୍ତି।ଆଜି ଏକବର୍ଷ ବିତି ଯାଇଥିବା ବେଳେ ପରିବାର ବର୍ଗ ମା’ ଙ୍କ ସ୍ମୃତି ଦିବସରେ ଏକ ଜନ ହିତକର କାର୍ଯ୍ୟ କରିଛନ୍ତି।ଭଞ୍ଜନଗର ଅଞ୍ଚଳରେ ଶବ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନ ଥିବାବାରୁ ଏହାକୁ ହୃଦୟଙ୍ଗମ କରି ଏକ ଶବ ଶୀତଳିକରଣ ଯନ୍ତ୍ର ବା ଶବ ସଂରକ୍ଷିତ ବାକ୍ସ କୁ ପାଳ ପରିବାର ତରଫରୁ ଭଞ୍ଜନଗର ଜଳ ସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ବିଡେକା ଅନୁଷ୍ଠାନକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ।ପାଳ ପରିବାର ର ଏହି ମହତ୍ କାର୍ଯ୍ୟକୁ ବିଡେକା ଅନୁଷ୍ଠାନ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଏକଦା ଶବ ସଂରକ୍ଷଣ ଯନ୍ତ୍ର ଅସୁବିଧାକୁ ସେମାନେ ଅଙ୍ଗେ ନିଭେଇ ଥିଲେ, ଯେତେବେଳେ ମା’ ଙ୍କ ଦେହାନ୍ତ ହେଲା ପାଳ ପରିବାରର ଅନେକ ସଦସ୍ୟ ବାହାର ଦେଶ ଓ ବାହାର ରାଜ୍ୟରେ ରହୁଥିବା ଯୋଗୁଁ ଶେଷ ସମୟରେ ପହଞ୍ଚି ପାରି ନ ଥିଲେ,ତେଣୁ ପାଳ ପରିବାର ଶବକୁ ସୁରକ୍ଷିତ ରଖିବା ପାଇଁ ଶବ ସଂରକ୍ଷିତ ଯନ୍ତ୍ରକୁ ଭଡା ଆକାରରେ ବ୍ରହ୍ମପୁରରୁ ଆଣିଥିଲେ।ତେଣୁ ପାଳ ପରିବାର ତରଫରୁ ନିଆ ଯାଇଥିବା ଏଭଳି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି।ଆଜିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭଞ୍ଜନଗର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ପରିବାର ବର୍ଗ ସ୍ବର୍ଗୀୟ ପ୍ରେମଲତା ପାଳଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରିଶେଷରେ ଶ୍ରୀରାମ ପ୍ରସାଦ ଓ କୃଷ୍ଣ ପ୍ରସାଦ ୨ପୁତ୍ର ଓ ସ୍ବର୍ଗୀୟ ପ୍ରେମ ଲତାଙ୍କ ସ୍ଵାମୀ ଲିଙ୍ଗରାଜ ପାଳ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment