ପ୍ରଥମ କରି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ।

ବୋଲଗଡ଼,୧୩/୧୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସଦର ମହକୁମା ବାମନ ହାଇସ୍କୁଲ ପରିସରରେ ପ୍ରଥମ କରି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଏକ ପ୍ରଦର୍ଶନୀ ଓ ଜନସଚେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାରା ରାଜ୍ୟରେ ପ୍ରତି ବ୍ଲକରେ ଏହିଭଳି କାର୍ଯ୍ୟକ୍ରମ ଚାଲୁଥିବାବେଳେ ବୋଲଗଡ଼ ବ୍ଲକରେ ଏହା ଦେଖିବାକୁ ମିଳିଛି । ମତ୍ସ୍ୟ ଚାଷ ଓ ପଶୁପାଳନ କରି ଚାଷୀମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ଓ ସହଜ ଏବଂ ସୁବିଧାରେ ଋଣ ନେବା ସହିତ ସରକାରୀ ପ୍ରୋତ୍ସାହନ ପାଇପାରିବେ ଏସଂକ୍ରାନ୍ତରେ ଜନସାଧାରଣଙ୍କୁ ସୂଚନା ଦେବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଆଜିର ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ବ୍ଲକର ଅଧ୍ୟକ୍ଷ ହୁଲ୍ଲାସ ପ୍ରଧାନ ମୁଖ୍ୟବକ୍ତା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ,ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ପ୍ରଦୀପ ଛୋଟରାୟ, ଜିଲ୍ଲା ସରକାରୀ ମତ୍ସ୍ୟ ପାଳନ ଅଧିକାରୀ ରାକେଶ ଚନ୍ଦ୍ର ପାତ୍ର, ଖୋର୍ଦ୍ଧା ଜିଲ୍ଲା ପଶୁପାଳନ କେନ୍ଦ୍ର ମୁଖ୍ୟ ସଦାଶିବ ମହାପାତ୍ର, ବ୍ଲକ ମତ୍ସ୍ୟ ପାଳନ ସହକାରୀ ଅଧିକାରିଣୀ ଫ୍ଲୋରା ମହାନ୍ତି, ଏବିଭିଓ ରାଜେଶ କୁମାର ସେଠୀ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରତିକାନ୍ତ ମିଶ୍ର ସଭାକୁ ପରିଚାଳନା କରିଥିବାବେଳେ ବ୍ଲକ ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡାକ୍ତର ପ୍ରକାଶ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ପରିଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ ଫ୍ଲୋରା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକର ପଶୁପାଳନ, ମତ୍ସ୍ୟଚାଷ ଓ କୃଷକ ଭାବରେ ୮ଜଣ ଚାଷୀଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ବିଭିନ୍ନ ବିଭାଗ ପକ୍ଷରୁ ୧୨ଟି ଷ୍ଟଲ ଖୋଲାଯାଇ ପଦର୍ଶନ ବାର୍ତ୍ତା ପ୍ରଦାନ କରାଯାଇଥିଲା ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment