ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ମାନିତ ହେଲେ କବି କେଶବ ଚନ୍ଦ୍ର ନାୟକ ।

ମାଲକାନଗିରି,୦୩/୦୨(ପିପିଟି) : ଆଜି ସମଗ୍ର ଓଡିଶାରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦଘାଟନ ହେଲା ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା। ସେହି ପରି ଏହି କାର୍ଯ୍ୟକ୍ରମ ମାଲକାନଗିରି ବ୍ଲକ ପ୍ରଶାସନ ଦ୍ବାରା ଆୟୋଜନ କରାଯାଇଥିଲା ବେଳେ ଯେଉଁମାନେ ଓଡ଼ିଆ ଭାଷା ସାହିତ୍ୟ କୁ ଜୀବନ ବ୍ୟାପୀ ସାଧନ କରି ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି ସେହି କବି ଓ ଲେଖକମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହି ପରି ମାଲକାନଗିରି ଜିଲ୍ଲାର ସୁନାମଧନ୍ୟ ସାହିତ୍ଯିକ ,ଲେଖକ,ଗାଳ୍ପିକ ,କବି କେଶବ ଚନ୍ଦ୍ର ନାୟକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଶ୍ରୀ ନାୟକ ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରେ ୧୯୯୦ ମସିହାରୁ ସାମ୍ବାଦିକ ବୃତ୍ତିକୁ ଆପଣାଇବା ସହିତ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଲାଗି ଉତ୍କଳ ସାହିତ୍ୟ ସଂସଦ ଗଠନ କରିବା ସହ ଜୀବନ ବ୍ୟାପୀ ସାହିତ୍ୟ ସାଧନାରେ ବ୍ରତୀ। ସେ ବର୍ତ୍ତମାନ ସୁଦ୍ଧା ୮ ଗୋଟି ପୁସ୍ତକ ପ୍ରକାଶ ପାଇଛି । ସେଗୁଡିକ ହେଲା -ଜୀବନ ନାଟକ (କବିତା ସଂକଳନ),ମଶାଣି(କବିତା ସଂକଳନ),ମେଘ ମହ୍ଲାର (କବିତା ସଂକଳନ ), ବସନ୍ତ (କବିତା ସଂକଳନ)ଦାରୁବ୍ରହ୍ମ (ଭଜନ), ମାଲକାନଗିରି ବଡ଼ ଯାତ୍ରା,ପୁନା ଚୁକ୍ତି, ବୁଦ୍ଧ ଶିକ୍ଷା କ’ଣ ପାଇଁ । ଅନେକ ଗଳ୍ପ ଓ ବହୁ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ଦୈନନ୍ଦିନ ପ୍ରକାଶ ପାଇ ଆସୁଛି। ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଓଡିଆ ଭାଷା ସଂକଟ ଦେଇ ଗତିକରି ଆସୁଥିବା ବେଳେ ଶ୍ରୀନାୟକଙ୍କ ଓଡ଼ିଆ ଭାଷା ପ୍ରତିଥିବା ଅତୁଳନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପ୍ରୟାସରେ ତାଙ୍କୁ ଆଜି ସମ୍ମାନିତ କରାଯାଇଛି। ପୂର୍ବରୁ ଶ୍ରୀ ନାୟକଙ୍କୁ ଓଡ଼ିଶାର ଅନେକ ସାହିତ୍ୟ ଅନୁଷ୍ଠାନ ତରଫ ବହୁ ବାର ସମ୍ମାନିତ ଓ ପୁରସ୍କାର ପ୍ରାପ୍ତ କରିଛନ୍ତି। ଆଜି ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ବ୍ଲକ ଅଧ୍ୟକ୍ଷା ଗୌରୀ ପଡିଆମୀ ଯୋଗଦେଇଥିବା ବେଳେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ ପୌରହିତ୍ୟ କରିଥିଲେ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment