ପ୍ରଥମେ ଜୀବନ, ପରେ ଜୀବିକା -ସଭାପତି ବଣିକ ସଙ୍ଘ ।

କୋଦଳା,୨୮/୦୪(ପିପିଟି); ମହାମାରୀ କରୋନାର କରାଳ ଚିତ୍ରର ଭୟାବହତାକୁ ନେଇ ଜିଲ୍ଲା ପ୍ରଶାସନ ସମେତ କୋଦଳା ପ୍ରଶାସନ ବିଭିନ୍ନ ପ୍ରକାର କୋଭିଡ ସଚେତନ କାର୍ଯ୍ୟକ୍ରମ ହାତକୁ ନେଇ ବହୁ ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷପ ଗ୍ରହଣ କରୁଥିବା ବେଳେ ଆଜି କୋଦଳା ବଣିକ ସଙ୍ଘ ଆଉ ଏକ ପାଦ ଆଗକୁ ବାହାରିଥିବା ଜଣାପଡ଼ିଛି । ବୁଧବାର କୋଦଳା ବଣିକସଙ୍ଘ ସଭାପତି ଅଭୟ କୁମାର ସାହୁଙ୍କ ନେତୃତ୍ୱରେ ଶତାଧିକ ବ୍ୟବସାୟୀ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଇ ଏନ୍ଏସି କନିଷ୍ଠଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା ଓ କର୍ମଚାରୀଙ୍କ ଗହଣରେ କରୋନା ସମ୍ପର୍କୀୟ ଆଲୋଚନା କରି ଏକ ଦୃଢ଼ ପଦକ୍ଷ୍ୟପ ନେଇଛନ୍ତି । ସେମାନେ ସ୍ୱଇଚ୍ଛାରେ ବୁଧବାର ଠାରୁ କରୋନା କଟକଣା ଉଠିବା ପର୍ଯ୍ୟନ୍ତ ଦୀର୍ଘ ଦିନ ବ୍ୟାପି ଅପରାହ୍ନ ଦୁଇଘଣ୍ଟ ରୁ ସକାଳ ୫ ଘଣ୍ଟ ପର୍ଯ୍ୟନ୍ତ ବ୍ୟବସାୟ ଅନୁଷ୍ଠାନ ବନ୍ଦ କରିବେ ବୋଲି ଘୋଷଣା କରିଥିଲେ ।ସକାଳ 6ଘଣ୍ଟ ରୁ ଅପରାହ୍ନ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବ୍ୟବସାୟ କରିବୁ ତାହାପୁଣି ଜିଲ୍ଲା ପ୍ରଶାସନର ପଞ୍ଚସୂତ୍ରୀ ଗାଇଡଲାଇନ ଅନୁଯାଇ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ପ୍ରଥମେ ଆମ ଏବଂ ଆମ ପରିବାର ର ଜୀବନ ଏବଂ ପରେ ଜୀବିକା ବୋଲି ସେମାନେ ମତବ୍ୟକ୍ତ କରିଥିଲେ !ବଣିକ ସଙ୍ଘର ଏହି ପଦକ୍ଷପକୁ ଏନ୍ଏସି କର୍ତ୍ତୃପକ୍ଷ ସ୍ୱାଗତ କରିଥିଲେ । ଦୀର୍ଘ ଦିନ ହେବ କୋଦଳା ତହସିଲଦାର ଅବନୀ କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପ୍ରତ୍ୟକ ଦିନ ବିଭିନ୍ନ ଉପାୟରେ ବ୍ୟବସାୟିଙ୍କୁ ସଚେତନ କରୁଥିବାବେଳେ ଆଜିର ବଣିକସଙ୍ଘ ର ଏହି ପଦକ୍ଷପ କୁ ସ୍ୱାଗତ କରିଛନ୍ତି ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ)

Comments (0)
Add Comment