ପ୍ରତିଷ୍ଠା ଦିବସ ସମାରୋହରେ ସାମ୍ବାଦିକ ଅବିନେଶ୍ୱର ଶତପଥୀ ପୁରସ୍କୃତ ।

ଯାଜପୁର ,୧୬/୦୭(ପିପିଟି): ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍କୃଷ୍ଟ କର୍ମଦକ୍ଷତା ପାଇଁ କଳିଙ୍ଗ ଟିଭିର ଯାଜପୁର ଜିଲ୍ଲା ପ୍ରତିନିଧି ଅବିନେଶ୍ବର ଶତପଥୀ ପୁରସ୍କୃତ। ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ଠାରେ କଳିଙ୍ଗ ଟିଭିର ଦ୍ଵାଦଶ ତମ ପ୍ରତିଷ୍ଠା ଦିବସ ସମାରୋହରେ ଶ୍ରୀ ଶତପଥୀଙ୍କୁ “ଶ୍ରେଷ୍ଠ କର୍ମଚାରୀ ସମ୍ମାନ”ରେ ସମ୍ମାନିତ କରାଯାଇଛି। ଉକ୍ତ ଉତ୍ସବରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, କଳିଙ୍ଗ ଟିଭିର ପ୍ରତିଷ୍ଠାତା ପ୍ରଫେସର ଡ଼ ଅଚ୍ୟୁତ ସାମନ୍ତ, ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ ଅନୁରାଗ ବାତ୍ରା, ସମସେର ସିଂ, ଉପଦେଷ୍ଟା ଉମାପଦ ବୋଷ, ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶ୍ରୀ ଶତପଥୀଙ୍କୁ ପୁଷ୍ପଗୁଛ, ମାନପତ୍ର, ଉତ୍ତରୀୟ ଓ ସ୍ବର୍ଣ୍ଣ ପଦକ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇବା ପରେ ଶ୍ରୀ ଶତପଥୀ ପ୍ରତିଷ୍ଠାତା ପ୍ରଫେସର ଡ଼. ଅଚ୍ୟୁତ ସାମନ୍ତ, ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକଙ୍କ ସମେତ କଳିଙ୍ଗ ଟିଭି ପରିବାର ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସମ୍ମାନ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଆଗାମୀ ଦିନରେ ଆହୁରି ନିଷ୍ଠା, ସଚୋଟତା ଓ ସମର୍ପଣ ସହିତ କାର୍ଯ୍ୟ କରିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।

Comments (0)
Add Comment