ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ସଞ୍ଜୟ କୁମାର ଷଡ଼ଙ୍ଗୀ ।

ହିଂଜିଳିକାଟୁ,୧୯/୧୦(ପିପିଟି); ନୟାଗଡ ଠାରେ ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ପାଳିତ ରୌପ୍ୟ ଜୟନ୍ତୀ ଉତ୍ସବ ରେ ପୋଚିଲିମା ସ୍ଥିତ ଖମ୍ବେୟ ଦୋରା କନିଷ୍ଠ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଆ ସାହିତ୍ୟ ପ୍ରତି ଶ୍ରୀ ଷଢଙ୍ଗୀଙ୍କ ଅବଦାନ ସକାଶେ ସେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସୂଚନାପ୍ରକାରେ ନୟାଗଡ ପଠାଣି ସାମନ୍ତ ଅଡିଟୋରିୟମ ମହଲରେ ଗତକାଲି ୧୧.୩୦ରେ ସାହିତ୍ୟ ଓ ସଂସ୍କୃତି ପରିଷଦର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅରୁଣ ସାହୁଙ୍କ ପୌରହିତରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ନିର୍ମଳ ଚନ୍ଦ୍ର ସୁରଦେୟ ଓଡ଼ିଆ ବିଭାଗ ଅଧ୍ଯାପକ ଶ୍ରୀ ଷଡଙ୍ଗୀଙ୍କୁ ପ୍ରତିଭା ସମ୍ମାନ ପତ୍ର ପ୍ରଦାନ କରିଥିଲେ । ସେ ଅଧ୍ଯାପକ ଭାବେ କାର୍ଯ୍ୟ କରିବା ସହ ଗଂଜାମ ଜିଲ୍ଲାର ସମସ୍ତ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ରହିଥବାରୁ ଜିଲ୍ଲା ବାହାରୁ ଶ୍ରୀ ଷଡ଼ଙ୍ଗୀଙ୍କୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟ ମାନଙ୍କ ମଧ୍ୟରେ କୁସୁମଲତା ମହାପାତ୍ର, ରଜନୀକାନ୍ତ ପାଢ଼ୀ, ଚିନ୍ମୟ ରଂଜନ ମିଶ୍ର, ରତ୍ନାକର ସିଓ ସାହିତ୍ଯିକ ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରତିଭା ସମ୍ମାନ ରେ ସମ୍ମାନିତ ସଞ୍ଜୟ କୁମାର ଷଡ଼ଙ୍ଗୀଙ୍କୁ ଖାମ୍ବେୟା ଦୋରା କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ,ଅଧ୍ଯାପିକା, ଅଧ୍ଯାପକ ସହ ଛାତ୍ରଛାତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ଓ ସ୍ଥାନୀୟ ଲୋକମାନେ ସାଧୁବାଦ ଜଣାଇଛନ୍ତୀ ।

(ରିପୋର୍ଟ – ପ୍ରଭୁଦତ୍ତ ପାତ୍ର ।)

Comments (0)
Add Comment