ପ୍ରତାପ ରାଜ ଚନ୍ଦ୍ରଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ।

ମାଲକାନଗିରି,୨୮/୦୮(ପିପିଟି): ଜିଲ୍ଲା ସଦର ମହକୁମା ସ୍ଥିତ ଦଣ୍ଡକାରଣ୍ଯ ଖେଳ ପଡିଆ ଠାରେ  ପ୍ରତାପ  ରାଜ ଚନ୍ଦ୍ର (ବୁଲୁ ଭାଇ )ଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି । ସ୍ବର୍ଗତ ବୁଲୁ ଭାଇ ମାଲକାନଗିରି ଜିଲ୍ଲାର ପ୍ରଥମ ବ୍ୟକ୍ତି ଯିଏ କି ଜିଲ୍ଲା କ୍ରିକେଟ ଆସୋସିଏସନର ପ୍ରତିଷ୍ଠାତା ଅଟନ୍ତି । ତାଙ୍କର କାର୍ଯ୍ୟକାଳ ସମୟରେ ଜିଲ୍ଲାରେ କ୍ରିକେଟ ଖେଳ ବହୁତ ଅଗ୍ରଗତି କରିଥିଲା । ସେ ଜଣେ ସୁଦକ୍ଷ ବିନ୍ଧାଣୀ ଭାବେ ଦଣ୍ଡାୟମାନ ହୋଇ ନୂତନ କ୍ରିକ୍ରେଟ ଖେଳାଳୀମାନଙ୍କୁ ସୃଷ୍ଟି କରିଥଲେ । ଯେଉଁ ଗରିବ ଯୁବକମାନେ ଖେଳିବା ଲାଗି ଆସୁଥିଲେ,ସେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ଡ୍ରେସ ଏବଂ ପାଦକୁ ବୁଟ ପ୍ରଦାନ କରୁଥିଲେ । କ୍ରିକେଟ ମହଲରେ ତାଙ୍କର ଯେତିକି ସୁନାମ ଥିଲା ସେତିକି ପ୍ରଶାସନିକ ସ୍ତରରେ ମଧ୍ଯ ସୁନାମ ରହିଥିଲା । ସେ ଜଣେ କୃଷି ବିଭାଗର ଶ୍ରୁଙ୍ଖଳିତ କର୍ମଚାରୀ ଭାବେ ଚାଷୀ ମହଲରେ ମଧ୍ଯ ପ୍ରିୟ ଭାଜନ ହୋଇ ପାରିଥିଲେ । ସେ ଜଣେ ମିଷ୍ଟ ଭାଷି,ନମ୍ର ଏବଂ ଜଣେ ଅହଙ୍କାର ମଣିଷ ଥିଲେ । ତାଙ୍କର ଅକାଳ ବିୟୋଗରେ ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ସେ ଦୀର୍ଘ ଦିନ ହେଲା ମଧୁମେହ ରୋଗରେ ପୀଡିତ ଥିଲେ ଏବଂ ତାଙ୍କର ଦୁଇଟି କଡନୀ ନଷ୍ଟ ହେବା ଫଳରେ ଗତ ଅଗଷ୍ଟ ମାସ ୨୦ ତାରିଖରେ ଅକାଳ ବିୟୋଗ ଘଟିଥିଲା । ଏପରି ଜଣେ କ୍ରିକେଟ ପ୍ରେମୀଙ୍କୁ ହରାଇ ଆଜି ପୁରା କ୍ରିକେଟ ଜଗତ ତାଙ୍କୁ ଝୁରି ରହୁଛି । ତାଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲାରେ ଏକ କ୍ରୀଡା କ୍ଷେତ୍ରରେ ଏକ ଶୂନ୍ଯ ସ୍ଥାନ ସୃଷ୍ଟି ହେଲା ବୋଲି
ଉପସ୍ଥିତ ଅତିଥିମାନେ ତାଙ୍କର ସ୍ମୃତି ଚାରଣ କରିଥିଲେ । ବୁଲୁଙ୍କର ଜନ୍ମ ତା:୧.୯. ୧୯୭୦ ହୋଇଥିବା ବେଳେ ତା:୨୦.୮.୨୦୨୨ରେ ତାଙ୍କର ଅକୀଳ ବିୟୋଗ ଘଟିଥିଲା । ଏହି ପରିପ୍ରେକ୍ଷୀରେ ବହୁ କ୍ରିକେଟ ଖେଳାଳି, ସରକାରୀ ଅଧିକାରୀ, ସାଧାରଣ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି ସଭାରେ ତାଙ୍କର ବଡ଼ ପୁଅ ଏରୋନ, ଜିଲ୍ଲା କ୍ରିକେଟ ସଙ୍ଘର ସଭାପତି ଏମଡି. ଫାରୁକ, ଅଧ୍ଯାପକ ରଞ୍ଜନ କୁମାର ସ୍ୱାଇଁ , ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ବରିଷ୍ଠ କ୍ରିକେଟ ଖେଳାଳି ପ୍ରସାଦି, ବି.ସଂଜୀବ, ଶଙ୍କର, ସୂର୍ଯ୍ୟ ନାରାୟଣ, ସୁମନ୍ତ, ,ଅଜୟ, ଅକ୍ଷୟ, ପରେଶ, ମୁନ୍ନା, ଅଶୋକ, ଉମା,ପ୍ରଦୀପ,ସୁବ୍ରତ, ବିଟୁ, କଣ୍ଟେଶ୍ୱର,ବରିଷ୍ଠ ଶିକ୍ଷକ ନିରଞ୍ଜନ ପଣ୍ଡା,ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment