ପ୍ରତାପୁର କ୍ଳଷ୍ଟରରେ ଶିଶୁ ମହୋସ୍ଥବ କାର୍ଯ୍ୟକ୍ରମ।

ବେଲଗୁଣ୍ଠା,୩୦/୦୯(ପିପିଟି):ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର କ୍ଲସ୍ଟର ର ବାଙ୍କତରା ରୟତ ନୋଡାଲ ଉଚ୍ଚ ବିଦ୍ୟାପୀଠ ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତାପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶୁଭେନ୍ଦୁ କୁମାର ଗୌଡ଼ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରତାପୁର ସରପଞ୍ଚ ପ୍ରଭାତୀ ନାୟକ, ଜଗନ୍ନାଥପ୍ରସାଦ ଗୋଷ୍ଠୀ ଶିକ୍ଷାଧିକାରୀ କଲ୍ୟାଣୀ ପାଢ଼ୀ, ଅତିରିକ୍ତ ଶିକ୍ଷାଧିକାରୀ ସୀମାଞ୍ଚଳ ଜାନୀ, ସବିତା ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଶୁସାନ୍ତ କୁମାର ପ୍ରଧାନ, ରବୀନ୍ଦ୍ର ଦୋସନ୍ଧି, ରୟତ ନୋଡାଲ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଦେବାଶିଷ ମିଶ୍ର, ପ୍ରତାପୁର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ୱେତାଲିନା ସାମଲ, ପନ୍ତିଖାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବଢ଼େଇ, ସାମ୍ବାଦିକ ଧନଞ୍ଜୟ ପଟ୍ଟନାୟକ, ଙ୍କ ସମେତ ଅଖିଳ କୁମାର ପଣ୍ଡା,କୃଷ୍ଣ ଚନ୍ଦ୍ର ନାୟକ, ହରୀକୃଷ୍ଣ ନାୟକ, ପ୍ରତାପ କୁମାର ବେହେରା,ସଞ୍ଜୟ କୁମାର ଜେନା, ପ୍ରମୁଖ ମଞ୍ଚସିନ ଥିଲେ । ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା ।

ରିପୋର୍ଟ – ସୁଶାନ୍ତ କୁମାର ବେହେରା

Comments (0)
Add Comment