ପ୍ରଚାର ବେଳେ ବିଜେଡ଼ି ଓ ବିଜେପି ମୁହାଁମୁହିଁ ।

ଭଞ୍ଜନଗର, ୧୪/୦୫(ପିପିଟି) : ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି।ଗାଁ ଠାରୁ ସହର ଚାରିଆଡ଼େ ନିଜର ପ୍ରିୟ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଯୋଗାଡ଼ରେ ଲାଗିଛନ୍ତି ସମର୍ଥକ ଓ କର୍ମୀ।ଏହାକୁ ନେଇ କେତେକ ସ୍ଥାନରେ ରାଜନୈତିକ ହିଂସା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି।୧୨୩ନଂ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତିଳିସିଙ୍ଗି ଗ୍ରାମରେ ବିଜେଡ଼ି ଓ ବିଜେପି ପକ୍ଷରୁ ଆଜି ପ୍ରଚାର ଚାଲିଥିବା ବେଳେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।ବିଜେଡ଼ି ରାଲି ଗ୍ରାମକୁ ପ୍ରବେଶ କରୁଥିବା ବେଳେ ବିପରୀତ ଦିଗରୁ ବିଜେପି ରାଲି ଆସୁଥିଲା।ଉଭୟ ଦଳ ନାରାବାଜିକୁ ନେଇ ହତାହାତି ହୋଇଥିଲେ।ସ୍ଥାନୀୟ କିଛି ମହିଳା ମଧ୍ୟ ଏହାକୁ ବିରୋଧ କରିଥିଲେ।ଫଳରେ କିଛି ବିଜେପିକର୍ମୀ ଆହତ ହୋଇଥିବା ଜଣାପଡିଛି।ପୁଲିସ ସେଠାରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି।ହେଲେ ଏ ସଂକ୍ରାନ୍ତରେ ତାରସିଂ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ କହିଛନ୍ତି।ଏଭଳି ଉତ୍ତେଜନା ମୂଳକ ପରିସ୍ଥିତିରେ ନିର୍ବାଚନ ପର୍ଯ୍ୟନ୍ତ ଏଭଳି ପ୍ରଚାର ଚାଲିବ।ତେଣୁ ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରା ନଗଲେ ଆଗକୁ ପୁଣି କିଛି ଅଘଟଣ ର ଆଶଙ୍କା ରହିଛି।

ରିପୋର୍ଟ- ଜେ କେ ପଟ୍ଟନାୟକ

Comments (0)
Add Comment