ପ୍ରକୃତି ବଦଳିଲେ କବିଙ୍କ ମାନସିକତା ବଦଳିଯାଏ ।

ଭୁବନେଶ୍ବର ,୨୧/୦୯(ପିପିଟି):ଶରତ ରୁତୁ ଆଗମନରେ ପ୍ରକୃତି ରୂପରେ ପରିବର୍ତ୍ତନ ଆସେ l ଶରତ ରୁତୁର ବର୍ଣ୍ଣବିଭା ଜନମନକୁ ପ୍ରଭାବିତ କରିଥାଏ l ଏହି ଅବସରରେ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ପ୍ରାୟତଃ ସକ୍ରିୟ ହୋଇଉଠନ୍ତି l ସାରସ୍ୱତ ପ୍ରେମୀ ମାନେ ବିଭିନ୍ନ ସାହିତ୍ୟ ଆସରରେ ଏକତ୍ରୀତ ହୋଇ ପରସ୍ପର ସହିତ ମତ ବିନିମୟ କରି ପାରନ୍ତି ବୋଲି ଶିକ୍ଷାବିତ୍ ଭଗବାନ ସାହୁ ପ୍ରକାଶ କରିଛନ୍ତି l

ଏହି ପରିପ୍ରେକ୍ଷୀରେ ପାକ୍ଷିକ ସମ୍ବାଦ ପତ୍ର “ବିରଜା ଭୂମି” ଆନୁକୁଲ୍ୟରେ ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ସହ ସମ୍ପାଦକ ଅନନ୍ତ କିଶୋର ରାଉତ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l

ଉକ୍ତ ଶାରଦୀୟ ସାହିତ୍ୟ ଆସରରେ ଆଶୁତୋଷ ସାମଲ, ରଣଜିତ ଜେନା,ନରେନ୍ଦ୍ର ସାହୁ, କବି ମାନଗୋବିନ୍ଦ ବାରିକ୍ ଆଭାସୀ ମାଧ୍ୟମରେ ଶରତ ରୁତୁ ସମ୍ପର୍କରେ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ସ୍ବରଚିତ କବିତା ଆବୃତ୍ତି କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଆଇନୀଜୀବୀ ଲକ୍ଷ୍ମୀ ନାରାୟଣ ପାଢୀ ଓ ପ୍ରଦୀପ ତ୍ରିପାଠୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲ l ଅନ୍ୟ ମାନଙ୍କ ମଧ୍ୟରେ ହର୍ଷବର୍ଦ୍ଧନ ଉଦ୍ଗାତା, ବାଇଧର ପାତ୍ର, ଡଃ ପ୍ରବୀର ମହାପାତ୍ର, ପ୍ରଭାକର ସାହୁ, ନିରଞ୍ଜନ ସେନ, ଭାସ୍କର ସେଠ,ରଘୁନାଥ ପରିଡା, ଶିଶିର ଦାଶ ପ୍ରମୂଖ ଉପସ୍ଥିତ ଥିଲେ l ଶେଷରେ ପଠାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

 

Comments (0)
Add Comment