ବୋଲଗଡ଼,୧୪/୦୯(ପିପିଟି):ପ୍ରକୃତି ଯେତିକି ସୁନ୍ଦର ସେତିକି ବିଚିତ୍ର ଅଟେ। ଅନ୍ଧାର ରାତିରେ ସାଧାରଣ ପ୍ରାଣୀ ମାନେ ବାଟ ଦରାଣ୍ଡି ଦରାଣ୍ଡି ଯାଉଥିବା ବେଳେ ନୀଳରଙ୍ଗର ଆଲୁଅ ଯାଳି ଏ ଗଛରୁ ସେ ଗଛ ଉଡିବୁଲୁଥାଏ ଜୁଳୁଜୁଳିଆ ପୋକ।ଜୁଳୁଜୁଳିଆ ରାତିହେଲେ ଦେଖାଯାଆନ୍ତି। ଏହି ଜୁଳୁଜୁଳିଆ ସବୁ ରୁତୁରେ ଦେଖା ଯାଉଥିଲେ ମଧ୍ୟ ପ୍ରାୟତଃ ବର୍ଷା ରୁତୁରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ।ଏହା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଲୋକ କଥା ଅନୁସାରେ ଜଦି ଜୁଳୁଜୁଳିଆପୋକ ବର୍ଷାରୁତୁ ର ରାତିରେ ଅଧିକ ପରିମାଣରେ ଆଲୋକ ପ୍ରଦାନ କରି ଦେଖା ଯାଆନ୍ତି ତାହାହେଲେ ଭଲ ବର୍ଷା ହେବା ସହିତ ଭଲ ଫସଲ ମଧ୍ୟ ହୋଇଥାଏ।ଜଦି ଏହି ଜୁଳୁଜୁଳିଆ ପୋକ ରାତିରେ ଆଲୋକ ପ୍ରଦାନ ନକରି ଦେଖା ଯାଆନ୍ତି ନାହିଁ ତେବେ ବର୍ଷା ଭଲ ନହେବା ସହିତ ଭଲ ଫସଲ ମଧ୍ୟ ହୋଇ ନଥାଏ। ତେଣୁ ଜୁଳୁଜୁଳିଆ ପାଣିପାଗ ସହିତସମ୍ପର୍କ ଅଛି ବୋଲି ଚାଷୀ ଭାଇ ମାନେ କହିଥାନ୍ତି। ଏହିପୋକ ସବୁ ଅଞ୍ଚଳରେ ଦେଖା ଯାଏ। ଜୁଳୁଜୁଳିଆ ପୋକ ରାତିରେ ଆଲୋକ ବାହାର କରିବାର ମୂଖ୍ୟ କାରଣ ଖାଦ୍ୟ ଅନ୍ୱେଷଣ କରିବା ସହିତ ନିଜର ସାଥି ଜୁଳୁଜୁଳିଆକୁ ଆକର୍ଷିତ କରିବା। ଏହି ଜୁଳୁଜୁଳିଆ ପୋକ ଲଟା, ବୁଦା, ବଡ ବଡ ଗଛ ଉପରେ ବସି ତାରକାର ଭ୍ରମସୃଷ୍ଟି କରିଥାଏ। ଏହି ପୋକର ପଛପଟୁ ବାହାରୁଥିବା ଆଲୋକ ସିତଳ ଅଟେ।ଯାହାକି ଉତାପ ବିହିନ ଅଟେ। ସେମାନଙ୍କ ନୀଳ ଆଲୋକରେ ଏକ ଅଦ୍ଭୁତ ପରିବେଶ ସୃଷ୍ଟି କରିବା ସହିତ ମନୋରମ ହୋଇଥାଏ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)