ପ୍ରକଳ୍ପ ଅଛି କିନ୍ତୁ ସମସ୍ତ ପରିବାର ନିୟମିତ ଜଳଯୋଗାଣରୁ ବଞ୍ଚିତ ।

ବୋଲଗଡ଼,୧୬/୦୬(ପିପିଟି),ସରକାରଙ୍କ ବିଧିବଦ୍ଧ ବ୍ୟବସ୍ଥା ପରେ ମଧ୍ୟ ଲୋକମାନେ ପାଣି ମୁନ୍ଦେପାଇଁ ହେଉଛନ୍ତି ଡହଳ ବିକଳ। ଘଟଣା ହେଉଛି ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତର ମୁଗୁମଣ୍ଡା ଗ୍ରାମରେ ଦୁଇଶହ ଟି ପରିବାର ପାନୀୟ ଜଳ ପାଇଁ ଗ୍ରାମ୍ୟ ଜଳ ଯୋଜନା ପ୍ରକଳ୍ପ ଉପରେ ନିର୍ଭର କରିଥାନ୍ତି କିନ୍ତୁ ଦୀର୍ଘ ଦିନ ହେବ ଗ୍ରାମ୍ୟ ଜଳ ଯୋଜନା ପ୍ରକଳ୍ପ ଥାଇମଧ୍ୟ ଅନେକ ପରିବାର ପାନୀୟ ଜଳପାଇବାରୁ ବଞ୍ଚିତ ହେଉଛନ୍ତି। କାରଣ ଭୁତଳ ଜଳ ଟ୍ୟାଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଜଳଗଛିତ ହୋଇରହୁ ନାହିଁ। ଏହାର ତିନୋଟି କାରଣହେଉଛି ତିନୋଟି ବୋର୍ ୱେଲଥିଲେ ମଧ୍ୟ ଦୁଇ ଟି ବୋରୱେଲ ପ୍ରାୟ ସମୟ ଖରାପରହିଥାଏ। ମଟର ସମସ୍ୟା ଓ ଜଳଯୋଗାଣ କରାଯାଉଥିବା ପମ୍ପର ଏଚପି କମ୍ ଥିବାରୁ ଠିକ୍ ଭାବରେ ପାଣି ଉଠାଣରେ ପ୍ରେସର ରହୁନାହିଁ। ଯାହାଦ୍ବାରା ଗ୍ରାମର ସବୁଯାଗାକୁ ଏକ କାଳୀନ ଭାବେ ପାଣି ଯୋଗାଇ ଦିଆଯାଇ ପାରେନାହିଁ। ଉଚ୍ଚା ଜାଗାରେ ଥିବା ପରିବାର ସମ୍ପୂର୍ଣ୍ଣ ରୂପେ ପାଣିରୁ ବଞ୍ଚିତ ହେଉଛନ୍ତି। ତେଣୁ ପମ୍ପଡ୍ରାଇଭର ପାଳିକରି ପ୍ରତ୍ୟେକ ସାହିକୁ ଦିନେ ଛାଡି ଦିନେ ପାଣିଛାଡିଥାନ୍ତି। ଯାହାଫଳରେ ଗ୍ରାମର ଲୋକମାନେ ବହୁ ହଇରାଣ ହେଉଛନ୍ତି ଯାହାକି ପୋଖରୀ, ନଳକୂପର ଲୁହାଗୁଣ୍ଡ ମିଶ୍ରିତ ପାଣିକୁ ବ୍ୟବହାର କରୁଛନ୍ତି। ତେଣୁ ପ୍ରକଳ୍ପଟିରେ ଉଚ୍ଚସମ୍ପର୍ଣ ମଟର ଲଗାଇବା ପାଇଁ ଓ ଓଭରହେଡ ଟାଙ୍କି ପାଇଁ ଜଳଯୋଗାଣ ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଦାବିକରିଛନ୍ତି। ଯଦି କାର୍ଯ୍ୟକାରୀ ନ ହୁଏ ରାଜରାସ୍ତାକୁ ଓହ୍ଲାଇ ବେ ବୋଲି ମୁଗ ମଣ୍ଡା ଗ୍ରାମବାସୀ ମାନେ କହିଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment