ପୌର ନିର୍ବାଚନ ପାଇଁ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ମଦ ବିକ୍ରି ବନ୍ଦ ରହିବ।

କଟକ୧୫/୦୩: ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସହରାଞ୍ଚଳର ମଦ ଦୋକାନଗୁଡ଼ିକ ବନ୍ଦ ରଖାଯିବ। ଆସନ୍ତା ୨୨ ତାରିଖ ଠାରୁ ୨୬ ଯାଏଁ ପୌରାଞ୍ଚଳରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ମଦ‌ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଆଦି ସ୍ଥାନରେ ମଦ ପିଇବା ଉ‌ପରେ କଟକଣା ଲାଗୁ ହେବ। ରାଜ୍ୟ ଅବକାରୀ କମିସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Comments (0)
Add Comment