ବ୍ରହ୍ମପୁର,୧୫/୦୩(ପିପିଟି): ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ସାଧାରଣ ନିର୍ବାଚନ -୨୦୨୨ ସକାଶେ ଆଜି ଉମା ଚରଣ ଇଞ୍ଜିନେରିଙ୍ଗ ସ୍କୁଲ ବ୍ରହ୍ମପୁର ଠାରେ ସମସ୍ତ ପ୍ରିଜାଇଡିଙ୍ଗ ଓ ପୋଲିଙ୍ଗ ଅଫିସର ମାନଙ୍କୁ ତାଲିମ୍ ଦିଆଯାଇଛି । ସମସ୍ତ ପ୍ରିଜାଇଡିଙ୍ଗ ଓ ପୋଲିଙ୍ଗ ଅଫିସର ମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ଓ ସହକାରୀ ଜିଲ୍ଲାପାଳ ତାଲିମ୍ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି ସମସ୍ତ ପୋଲିଂ ଅଫିସର ମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ପୌର ଅଞ୍ଚଳ ନିର୍ବାଚନ ନିୟମ ଓ ପ୍ରିଜାଇଡିଂ ଅଫିସର ହ୍ୟାଣ୍ଡବୁକ୍ ଅନୁସାରେ ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପୋଲିଂ ଅଫିସର ମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ସମ୍ପୂର୍ଣ୍ଣ ତାଲିମ୍ ଦିଆଯାଇଛି । ଆଜି ଉମା ଚରଣ ଇଞ୍ଜିନେରିଙ୍ଗ ସ୍କୁଲରେ ପ୍ରିଜାଇଡିଙ୍ଗ ଓ ପୋଲିଙ୍ଗ ଅଫିସର ମୋଟ ୬୨୦ ଜଣଙ୍କୁ ବୁଥ ପରିଚାଳନା ଓ ମତଦାନ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ସମ୍ପର୍କରେ ତାଲିମ୍ ଦିଆଯାଇଛି । ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି.କୀର୍ତ୍ତୀ ଭାସନ ଉପଖଣ୍ଡ ସ୍ତରୀୟ ନୋଡାଲ ଅଫିସର ଭାବରେ ଉପସ୍ଥିତ ରହିଥିଲେ । ଏହି ତାଲିମ୍ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସମସ୍ତ ନୋଡାଲ୍ ଅଫିସର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସହକାରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )