ବେଲଗୁଣ୍ଠା,୧୮/୧୧(ପିପିଟି):ଆଜି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆଁ ଉଢୁରା ଠାରେ ପୋଷାକ ବିତରଣ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି। କମିଟି ସଭାପତି କୃଷ୍ଣ ଚନ୍ଦ୍ର ନାୟକ ମୂଖ୍ୟ ଅତିଥି ରୁପେ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥିଲେ । ମୂଖ୍ୟ ବକ୍ତା ଭାବେ ଅକ୍ଷୟ କୁମାର ଦାସ ଯୋଗ ଦେଇ ଥିଲେ । ମୋ ବିଦ୍ୟାଳୟ ସଭାପତି ବାସୁଦେବ ଗୌଡ଼ ଉପ ସଭାପତି ସସ୍ମିତା ସାହୁଙ୍କ ସମେତ ସଭ୍ୟା ସଂଯୁକ୍ତା ବରାଡ,ଶିକ୍ଷୟିତ୍ରୀ କୋରି ପାତ୍ର, ଶିକ୍ଷକ ସୁନିଲ ପାତ୍ର, ବାବୁଲା ସାହୁ ଓ ଅନ୍ୟାନ୍ୟ ସଭ୍ୟ ଓ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )