ପୋଲୋସରା ବିଜେଡି ତରଫରୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ ।

ପୋଲୋସରା,୨୧/୦୫ (ପିପିଟି); ପୋଲୋସରା ବିଜୁ ଜନତା ଦଳ ତରଫରୁ ସାମ୍ପ୍ରତିକ କରୋନାର ଦ୍ୱିତୀୟ ଲହର ପ୍ରଭାବରେ କୌଣସି କାରଣରୁ ନିଜର ପେଟକୁ ଖାଦ୍ୟ ଯୋଗାଡ଼ କରିନପାରି ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରି ଆସୁଥିବା ବ୍ୟକ୍ତି ମାନଙ୍କୁ ମାଗଣା ରନ୍ଧନ ଖାଦ୍ୟ ବଣ୍ଟନ କାର୍ଯ ଅରମ୍ଭ କରାଯାଇଛି । କୋଭିଡ୍ କଟକଣା ପାଳନ ମଧ୍ୟରେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ନିରାଡ଼ମ୍ବର ଭାବେ ଅନୁଷ୍ଟିତ ଏହି ପବିତ୍ର ଅନ୍ନ ବଣ୍ଟନ କାର୍ଯ୍ଯକୁ ପୋଲୋସରା ବିଧାୟକ ଶ୍ରୀକାନ୍ତ ସାହୁ ରିବନ କାଟି ଉଦ୍‌ଘାଟନ କରିବାସହ ଖାଦ୍ୟ ପୁଡିଆ, ପିଇବା ପାଣି , ମାକ୍ସ ଇତ୍ୟାଦି ଉପସ୍ଥିତ ଗରିବ ବ୍ୟକ୍ତି ମାନଙ୍କୁ ନିଜ ହାତରେ ବଣ୍ଟନ କରି କରିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମ ଲକଡାଉନ ଜାରି ରହିବା ଥିବା ଶେଷ ଦିବସ ପର୍ଯ୍ୟନ୍ତ ଦଳ ତରଫରୁ ପ୍ରତିଦିନ ଅସହାୟ ବ୍ୟକ୍ତିମାନଙ୍କୁ ଦିଆଯିବବୋଲି ଉପସ୍ଥିତ ସ୍ୱେଚ୍ଛାସେବୀ ରଞ୍ଜନ କୁମାର ପାଣିଗ୍ରାହୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । କାର୍ଯକ୍ରମରେ ସୁଶାନ୍ତ ପୋଲେଇ , ରତ୍ନାକର ସାହୁ ,ପି. ସ୍ଵପ୍ନେଶ୍ୱର ପାତ୍ର, ସନ୍ତୋଷ କୁମାର ବେହେରାଙ୍କ ସମେତ ଆହୁରି ଅନେକ ଯୁବ ସ୍ୱେଚ୍ଛାସେବୀ ମନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
( ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Comments (0)
Add Comment