ପୋଲିସ ମାଡ଼ରେ ମହିଳା କଂଗ୍ରେସ ସଭାନେତ୍ରୀ ହସ୍ପିଟାଲରେ ଭର୍ତ୍ତି ।

ଭୁବନେଶ୍ୱର ,୨୯/୦୯(ପିପିଟି):ଆଜି ଲୋୟର ପିଏମଜିରେ ଏମଏମଡିଆର ଆଇନ ପ୍ରତ୍ୟାହାର, ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଓ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ଇଣ୍ଡିଆ ମେଣ୍ଟ ତରଫରୁ ଏକ ବିଶାଳ ପରିବର୍ତ୍ତନ ରାଲି ଆୟୋଜନ ହୋଇଥିଲା ।

ଏହି ରାଲିରେ ପ୍ରଦେଶ ମହିଳା କଂଗ୍ରେସ ସରକାର ବିରୋଧୀ ସ୍ଲୋଗାନ ଦେବାବେଳେ ମହିଳା ପୋଲିସ ପକ୍ଷରୁ ହଠାତ ଆକ୍ରମଣ ହୋଇ ଧସ୍ତାଧସ୍ତି ଆରମ୍ଭ କରାଯାଇଥିଲା । ପୋଲିସର ଆକ୍ରମଣ ଫଳରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଗୁରୁବାର ଆହତ ହେବାରୁ ତାଙ୍କୁ ସମ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ବୋଲି ସୂଚନା ମିଳିଛି । ବାହିନୀପତିଙ୍କ ସହ ମହିଳା କଂଗ୍ରେସର ଅନେକ ନେତ୍ରୀ ପୋଲିସର ବର୍ବର ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ।

ଏହାକୁ ନେଇ କଂଗ୍ରେସ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରିବା ସହ ପୋଲିସର ଏଭଳି ଅସମ୍ବିଧାନିକ ଓ ଅମାନୁଷିକ କାର୍ଯ୍ୟକୁ କଠୋର ସମାଲୋଚନା କରାଯାଇଛି ।

Comments (0)
Add Comment