ଭଞ୍ଜନଗର,୦୫/୦୫(ପିପିଟି):ଆଜି ଭଞ୍ଜନଗର ଠାରେ ଥିବା ବିଭିନ୍ନ ମୋବାଇଲ ଦୋକାନ ଉପରେ ଥାନା ଅଧିକାରୀ ଧିରେସ କୁମାର ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।ବିଶେଷ କରି ଦୋକାନରେ ବେଆଇନ ସିମ କାରବାର ଉପରେ ପୋଲିସ ପକ୍ଷରୁ ଖୋଳତାଡ଼ କରାଯାଇଥିଲା।ନକଲି ଗ୍ରାହକଙ୍କ ନାମରେ ସିମ କିଣି ଏହାର ଫାଇଦା ଅପରାଧୀ ମାନେ ଉଠାଉ ଥିବାରୁ ତାହା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।ତେଣୁ ଅପରାଧିକ କାର୍ଯ୍ୟ କଳାପକୁ ରୋକିବା ପାଇଁ ସଠିକ ପରିଚୟ ପତ୍ର ମାଧ୍ୟମରେ ସିମ ବିକ୍ରି କରିବାକୁ ଦୋକାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚଢ଼ାଉରେ ଅନ୍ୟ ପୋଲିସ କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )