ପୋଲିସ ନିକଟରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ ।

କନ୍ଧମାଳ,୨୮/୧୧ :କନ୍ଧମାଳ ଏସପିଙ୍କ ନିକଟରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ । ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ଉପସ୍ଥିତରେ କେକେବିଏନ ମାଓ କ୍ୟାଡର ବିଜା ମାଡବି ଓରଫ ଟିକେସ ଆତ୍ମସମର୍ପଣ କରିଛନ୍ତି । ଗୋଟିଏ ପିସ୍ତଲ ସମେତ ୨ ଟି ଗୁଳି ସହ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଜରିଆରେ ୬ଟି ଜେଲୋଟିନ୍ ଷ୍ଟିକ୍,ଇଲେକ୍ଟିକ୍ ଡେଟୋନେଟର ୨ଟି ଷ୍ଟିଲ୍ ୱାଇର୍ , ରେଡିଓ,ସୋଲାର୍ ପ୍ଲେଟ ଓ ମାଓ ସାମଗ୍ରୀ ସମେତ ଖାଦ୍ୟ ସାମଗ୍ରୀ ଜବତ ହୋଇଥିବା କନ୍ଧମାଳ ଏସପି କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଘର ଛତିଶଗଡ଼ ସୁକମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଳଗୁଡ଼ା ଗାଁରେ । ଟିକେସ ୨୦୧୮ ମସିହାରେ ମାଓ ସଂଗଠନରେ ଯୋଗଦେଇଥିଲେ । ସେ ୧୦ଟି ମାଓ ହିଂସା କାର୍ଯ୍ୟରେ ସାମିଲ୍ ଥିବା ମଧ୍ୟ ଜଣାପଡ଼ିଛି । ହିଂସାରୁ ଦୁରେଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଓ ମାଓ ସଙ୍ଗଠନର ଶିବିରରେ ଚାଲିଥିବା ଅତ୍ୟାଚାର ଓ ଅମାନୁଷିକ କାର୍ଯ୍ୟକଳାପକୁ ନାପସନ୍ଦ କରି ଟିକେସ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

Comments (0)
Add Comment