ପୋଲିସ ଡିଜିଙ୍କ ଦ୍ବାରା ୨ଟି ନୂତନ ଥାନା ଉଦଘାଟିତ ।

ମାଲକାନଗିରି ,୦୩/୧୦(ପିପିଟି): ଆଜି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଠାରେ ନବନିର୍ମିତ ପୋଲିସ ଥାନାକୁ ଉଦଘାଟନ କରିଛନ୍ତି ପୋଲିସ ଜିଡି ଅଭୟ । ପରେ କାଲିମେଳା ଥାନା ଗସ୍ତ କରି ସେଠାରେ ଆଉ ଏକ ନବନିର୍ମିତ ଥାନା ଉଦଘାଟନ କରି ସ୍ଥିତି ଅନୁଧ୍ଯାନ କରିବା ସହ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ ଆଜି ପୋଲିସ ଡିଜି ଶ୍ରୀ ଅଭୟ ମାଲକାନଗିରି ଜିଲ୍ଲା ଗସ୍ତ କରି ଥିବା ବେଳେ ତାଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର ଗସ୍ତ କରିଥିଲେ। ପ୍ରଥମେ ପୋଲିସ ଡିଜି ଅଭୟ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳକୁ ଗସ୍ତ କରି ଯୋଡ଼ାମ୍ବରେ ନବନିର୍ମିତ ପୋଲିସ ଥାନାକୁ ଉଦଘାଟନ କରିଥିଲେ । ପରେ କାଲିମେଳା ଗସ୍ତ କରି ସେଠାରେ ଅନ୍ଯ ଏକ ନବନିର୍ମିତ ଥାନା ଉଦଘାଟନ କରିବା ସହ ମାଓବାଦୀଙ୍କ ଗତିବିଧି ଉପରେ ଆଲୋଚନା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଦୁଇଟି ନବନିର୍ମିତ ଥାନା ଉଦଘାଟନୀ କାର୍ଯ୍ଯକ୍ରମ ସମାପ୍ତ ପରେ ମାଲକାନଗିରି ଏସପିଙ୍କ କାର୍ଯ୍ଯାଳୟରେ ପହଞ୍ଚି ଗଣ ମାଧ୍ଯମ ପ୍ରତିନିଧିମାନଙ୍କ ସହ ନିଜର ଅନୁଭୂତ୍କୁ ପରିପ୍ରକାଶ କରିଥିଲେ ।ସେ୨୯ ବର୍ଷ ତଳେ ଅର୍ଥାତ ୧୯୯୨ ମସିହା ଅକ୍ଟୋବର ୨ ତାରିଖରେ ଆଜିର ଦିନରେ ପୋଲିସ ଡିଜି ଅଭୟ ମାଲକାନଗିରିର ଏସପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ପୁଣି ଆଜି ଆସି ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ଠାରେ ନୂତନ ଥାନା ଉଦଘାଟନ କରିବା ସହ ଡାକ୍ତର ଏବଂ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ବାଭିମାନ ଅଞ୍ଳରେ ରାସ୍ତା ଘାଟର ଉନ୍ନତି ହୋଇଛି !ସେଠାରେ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଯାତାୟତ କରୁଛି । ମୋବାଇଲ ଟାୱାର ନିର୍ମାଣ ଯୋଗୁଁ ଲୋକମାନେ ମୋବାଇଲ ସେବା ମଧ୍ଯ ପାଇ ପାରୁଛନ୍ତି । ଏହି ପରିବର୍ତ୍ତନ ଦେଖି ସେ ଅତ୍ଯନ୍ତ ଖୁସୀ ବୋଲି ପ୍ରକାଶ କରିଥିଲେ । ଡିଭିଏ, ଏସଓଜ ଏବଂ ବିଏସଏଫ ଯବାନଙ୍କ କୁମ୍ବିଂ ଅପରେସନ ଯୋଗୁଁ ମାଲକାନଗିରି ଅଞ୍ଚଳରେ ମାଓ ହିଂସା ହ୍ରାସ ପାଇଛି । ଆଉ କିଛି ମାଓବାଦୀମାନେ ରହିଛନ୍ତି । ସେମାନେ ହିଂସା ଆଚରଣ ନକରି ତୁରନ୍ତ ପୋଲିସ ନିକଟରେ ଆତ୍ମ ସମର୍ପଣ କରି ନେବା ଉଚିତ । ସେମାଙ୍କ ସରକାରଙ୍କ ଦ୍ବାରା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯିବ ବୋଲି ପୋଲିସ ଡିଜି ଶ୍ରୀ ଅଭୟ ପ୍ରକାଶ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି )

Comments (0)
Add Comment