ବେଗୁନିଆପଡା,୦୧/୦୨(ପିପିଟି): ରବିବାର କୋଦଳା ଡାକବଙ୍ଗଳା ପଡିଆ ଠାରେ କୋଦଳା ବାର ଆସୋସିଏସନ ଆନୁକୂଲ୍ୟରେ କୋଦଳା ପୋଲିସ ଓ ପ୍ରିଜନ ଏବଂ ବାର ଓ ବେଞ୍ଚ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ କ୍ରିକେଟ ଟୁର୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ବାର ଓ ବେଞ୍ଚ ପକ୍ଷରୁ କୋଦଳା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିଶ୍ୱରଞ୍ଜନ ବେହେରା ଅଧିନାୟକ ଦାଇତ୍ୱ ନେଇଥିବା ବେଳେ ପୋଲିସ ଓ ପ୍ରିଜନ ପକ୍ଷରୁ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ସବଜେଲର ମନୋଜ କୁମାର ସୁତାର ଅଧିନାୟକ ଦାଇତ୍ୱ ରେ ଥିଲେ । ୧୫ ଓଭର ବିଶିଷ୍ଠ ମେଚ ର ପୋଲିସ ବାହିନୀ ଟସ ଜିତି ପ୍ରଥମେ ବେଟିଂ କରି ନିର୍ଦ୍ଧାରିତ ଓଭର ରେ ଆଠ ୱିକେଟ ହରାଇ ୨୧୦ ରନ କରିଥିବା ବେଳେ ବାର ଓ ବେଞ୍ଚ ଅଧିନାୟକ ୨୧୧ ରନର ପିଛାକରି ୭ ୱିକେଟ ବିନିମୟରେ ମାତ୍ର ୧୬୭ ରନ କରିବାରେ ସକ୍ଷମ ହୋଇଥିଲେ । ଫଳରେ ପୋଲିସ ଓ ପ୍ରିଜନ ଟିମ ବିଜେତା ଘୋଷଣା ହୋଇଥିଲେ । ଉକ୍ତ ମେଚ ରେ ଗୁରୁ ପଣ୍ଡିତ ମେନ ଅଫ ଦା ମେଚ ଘୋଷିତ ହୋଇଥିବା ବେଳେ ଵେଷ୍ଟ ବେଟସମେନ ଭାବେ ଏଡିଜେ ବିଚାରପତି ବିଶ୍ଵ ରଞ୍ଜନ ବେହେରା, ଵେଷ୍ଟ ସିକ୍ସର ସାଲୁ ସାଇ ଏବଂ ଵେଷ୍ଟ ବୋଲର ବାମଦେବ ପଣ୍ଡା ଘୋଷିତ ହୋଇ ପୁରସ୍କାର ପ୍ରାପ୍ତ କରିଥିଲେ । ସେହିପରି ପୋଲିସ ଦଳକୁ ବିଜେତା କପ ଓ ବାର ଦଳଙ୍କୁ ରନର କପ ପ୍ରଦାନ କରାଯାଇଥିଲା । ମେଚ ପରିଚାଳନା ସହିତ ମୁଖ୍ୟ ଅତିଥି ଭାବେ କୋଦଳା ଜେଏମଏଫସି ବିଚାରପତି ଶୋଭନ କୁମାର ପଣ୍ଡା, ପୋଲସରା ଜେଏମଏଫସି ଅଭିନାଶ ନାଇଡ଼ୁ,ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ମେଡିକାଲ ଅଫିସର ଆଦିତ୍ୟ ପ୍ରସାଦ ସାହୁ,ବାର ସଭାପତି ପୁର୍ଣ ଚନ୍ଦ୍ର ମିଶ୍ର, ଉପ ସଭାପତି ଅବନୀ ଶଙ୍କର ମିଶ୍ର, ବରିଷ୍ଠ ଆଇନଯିବି ପ୍ରଫୁଲ କୁମାର ମିଶ୍ର,ନୀଳାଞ୍ଚଳ ପୋଲାଇ, ମାନସ ମିଶ୍ର, ଶୁଭ୍ରମଣୀ ଦାଶ, ଗୋପାଳ କୃଷ୍ଣ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ରିଫନ ସ୍ୱାଇଁ ଓ ଭଗବାନ ସ୍ୱାଇଁ ରେଫେରୀ କାର୍ଯ୍ୟ ସମ୍ପାଦନ କରିଥିଲେ । ପୋଲିସ,ବାର, ଜେଲ ଓ ବେଞ୍ଚ କର୍ମକର୍ତ୍ତା ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଥର ଏହି ମେଚ ଆୟୋଜନ କରି ସଫଳତାର ସହିତ ଖେଳ ପରିବେଷଣ ହୋଇଥିବାରୁ ଏମିତି ପ୍ରତ୍ୟକ ବର୍ଷ ଖେଳ ଆୟୋଜନ କରାଯିବ ବୋଲି ବିଚାରପତି,ଥାନା ଅଧିକାରୀ,ସବ ଜେଲର ଓ ବରିଷ୍ଠ ଆଇନଜୀବୀ ମତ ପ୍ରକାଶ କରିଥିଲେ, ଏହି ବନ୍ଧୁତ୍ୱପୁର୍ଣ କ୍ରିକେଟ ଖେଳକୁ ମନଭରି ଉପଭୋଗ କରିଥିଲେ ଅଞ୍ଚଳ ଜନସାଧାରଣ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)