ପୋଲସରା ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ।

ପୋଲସରା,୦୩/୦୭ (ପିପିଟି) :ଆଜି ପୋଲସରା ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡ଼ିପିଓ ତିଳୋତ୍ତମା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସଖି_ ୱାନ୍ ଷ୍ଟାଫ୍ ସେଣ୍ଟର ବ୍ରହ୍ମପୁର ଆଇନ ପରାମର୍ଶଦାତା ସ୍ନେହମୟୀ ପାଢ଼ୀ ଓ ସାବିତ୍ରୀ ଦଳ ବେହେରା, ପୋଲସରା ଥାନା ଆଇ ଆଇସି କୌଶିକ ମାଝୀ ଓ ଅରୁଣା ସ୍ବେଛାସେବୀ ସଂଗଠନର ସତ୍ୟନାରାୟଣ ଦାସ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଶିଶୁ ସୁରକ୍ଷା ବା “ଶିଶୁ ପାଇଁ ଦିନଟିଏ” ପ୍ରକଳ୍ପକୁ ସଫଳ କରିବାକୁ ସରକାର ଯେଉଁ ମହତ୍ ଲକ୍ଷ୍ୟରଖି ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସେ ମଧ୍ୟରେ ନିର୍ଯ୍ୟାତିତା। ମହିଳାମାନଙ୍କ ଏଵଂ ବାଳିକାମାନଙ୍କ ସମନ୍ୱିତ ସୁବିଧାର ସହଯୋଗ ନିମନ୍ତେ ଆବଶ୍ୟକ ସ୍ଥଳେ ପୋଲସରା ସହାୟତା, ଡ଼ାକ୍ଟରି ସହାୟତା, ଆଇନଗତ ସହାୟତା, ମନସ୍ତାତ୍ତିକ ଓ ସାମାଜିକ ପରାମର୍ଶ, ଆଶ୍ରୟ ଏଵଂ ଅନ୍ୟ କୌଣସି ସହାୟତା ସକାଶେ ୨୪ ଘଣ୍ଟା ଏକକାଳୀନ ସମାଧାନ କେନ୍ଦ୍ର ଖୋଲାରଖା ଯାଇଥିବାବେଳେ ବଳାକ୍ତାର, ଅପହରଣ ବାନିଖୋଜ, ପାରିବାରିକ ହିଂସା, ଏସିଡ ବା ଅମ୍ଳ ଆକ୍ରମଣ, ଯୌନ ଉପ୍ତୀଡନ ବା ଶୋଷଣ, ମହିଳା ଚାଲାଣ, ଶିଶୁ ଯୌନ ଉପ୍ତୀଡନ ଓ ଶୋଷଣ, ବାଲ୍ୟବିବାହ, ସାଇବର କ୍ରାଇମ, ଯୋତୁକ ନିର୍ଯ୍ୟାତନା ଓ ମୃତ୍ୟୁ ଏଵଂ ଅନ୍ୟାନ୍ୟ ହିଂସା ଆଦି ଘଟଣାବହୁଳ ବିଷୟ ଉପରେ ଅତିଥିମାନେ ପ୍ରାଞ୍ଜଳଭାବେ ବୁଝାଇବା ସହିତ ଏସବୁର ମୁକାବିଲା ସକାଶେ ସ୍ଵତନ୍ତ୍ର ଯୋଗାଯୋଗ ନ° ୦୬୮୦-୨୨୯୨୯୦୦ରେ ଏଵଂ ମହିଳା ସହାୟତା ମାଗଣା ଫୋନ ନ° ୧୮୧ ଏଵଂ ପୋଲିସର ସହାୟତା ନେବାପାଇଁ ମାଗଣା ୧୧୨ ଫୋନ୍ ନମ୍ୱର୍ ମାଧ୍ୟମରେ ସହାୟତା ନେଇପାରିବେ ବୋଲି କହିଥିଲେ। ଏହି ସମୟରେ ନୂତନ ମାତୃତ୍ଵ ଲାଭ କରି କେବଳ କନ୍ୟା ଜନ୍ମ କରିଥିବା ମା ମାନଙ୍କୁ ସରକାରଙ୍କ ପ୍ରଦତ୍ତ ସ୍ଵତନ୍ତ୍ର ପୁରସ୍କାର ଦିଆଯାଇଥିଲା। ଉତ୍ସାହିତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମରେ ବିଭାଗର ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଯାରଙ୍କ ସମେତ ଅନ୍ୟ ସମସ୍ତ ଷ୍ଟାଫ୍ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment