ପୋଲସରାରେ ସ୍କାଉଟ୍ ଗାଇଡ୍‌ର ବିଶ୍ୱ ଚିନ୍ତନ ଦିବସ ପାଳନ।

​ପୋଲସରା,୨୨/୦୯ (ପିପିଟି): ପୋଲସରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ଅନୁଷ୍ଠାନରେ ସ୍କାଉଟ୍ ଗାଇଡ୍‌ର ବିଶ୍ୱ ଚିନ୍ତନ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସ୍କାଉଟ୍ ମାଷ୍ଟର ନୀଳକଣ୍ଠ ମହାରଣାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିବା​ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସ୍କାଉଟ୍ ତାଲିମ କମିଶନର ବିକ୍ରମ ମହାରଣା ଯୋଗଦେଇ ସ୍କାଉଟ୍‌ର ପ୍ରତିଷ୍ଠାତା ରବର୍ଟ ଷ୍ଟିଫେନସନ୍ ସ୍ମିଥ ଭେଡେନ ପାୱାଲ ଓ ଗାଇଡ୍‌ସ ପ୍ରତିଷ୍ଠାତା ତଥା ଭେଡେନ ପାୱାଲଙ୍କ ସହଧର୍ମିଣୀ ଲେଡି ସେଣ୍ଟ କ୍ଲେର୍ ସୋମ୍ ଓ ଭେଡେନ ପାୱାଲ୍ ଉଭୟଙ୍କ ପ୍ରେରଣାମୟୀ ସମାଜକୁ ଦିଗଦର୍ଶନ ଦେଇଚାଲିଥିବା କର୍ମମୟ ଜୀବନ ସମେତ ଉକ୍ତ ଦୁଇଟି ସଂସ୍ଥା ସ୍ଥାପନ କରିବାର ମୂଳ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହିତ ବିଶ୍ୱ ଚିନ୍ତନ ଦିବସର ତାପ୍ତର୍ଯ୍ୟ କ’ଣ ସେନେଇ ବୁଝାଇଇଥିଲେ।
​ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ମା’ ସରସ୍ୱତୀ ଶିଶୁ ବିଦ୍ୟା ଭବନର ସ୍କାଉଟ୍ ମାଷ୍ଟର ବିଦ୍ୟାଧର ଷଡ଼ଙ୍ଗୀ ମଧ୍ୟ ଉକ୍ତ ଦିବସକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ନିୟମ ପ୍ରକାରେ ସ୍କାଉଟ୍ ପତାକା ଉତ୍ତୋଳନ କରାଯିବା ସହ ସାମୂହିକ ଭାବେ ସମ୍ମାନ ସ୍ୱରୂପ ସ୍କାଉଟ୍ ପତାକା ଗୀତ ଗାନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର ପରୀକ୍ଷା କରାଯାଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡାL

Comments (0)
Add Comment