ପୋଲସରା ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁବ ସମ୍ମିଳନୀ ।

ପୋଲସରା,୦୯/୧୧ (ପିପିଟି):ସଂଘ ଶତାବ୍ଦୀ ପାଳନ ଅବସରରେ ପୋଲସରା ସ୍ଥିତ ବହୁମୁଖୀ କ୍ରୀଡାଳୟ ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ପୋଲସରା ଏବଂ ବୁଗୁଡ଼ା ଖଣ୍ଡ ସ୍ଥରୀୟ ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଅଛି |ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ ପାଢ଼ୀଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ ଓଡିଶା ପୂର୍ବପ୍ରାନ୍ତ ସହ ଶାରୀରିକ ପ୍ରମୁଖ ଶ୍ରୀ ଅଶୋକ କୁମାର ରଣଜିତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଏକ ପରମ ବୈଭବଶାଳୀ ରାଷ୍ଟ୍ର ଗଠନ କରିବାକୁ ହେଲେ ସାମାଜିକ,ସାଂସ୍କୃତିକ, ଅଧ୍ୟାତ୍ମିକ ଏବଂ ଶୈକ୍ଷିକ କ୍ଷେତ୍ରରେ ସଂସ୍କାର ଆଣିବାପାଇଁ ଉପସ୍ଥିତ ଯୁବକଙ୍କୁ ଆହ୍ୱାନ ଦେଇଥିଲେ |ଘୁମୁସର ଜିଲ୍ଲା ମୁଖ୍ୟ ମାର୍ଗପ୍ରମୁଖ ଶ୍ରୀ ସିମାଞ୍ଚଳ ମହାରଣା ସଂଘ ତରଫରୁ ଦିଆଯାଇଥିବା ପଞ୍ଚପରିବର୍ତ୍ତନ ଆହ୍ୱାନକୁ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ | ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜୟନ୍ତ ପଟ୍ଟନାୟକ ଏବଂ ଜିଲ୍ଲା ସଂଘଚାଳକ ଶ୍ରୀ ବନମାଳୀ ଗୌଡ଼ ପ୍ରମୁଖ ସଂଘର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ |ଜିଲ୍ଲା ସହ ସଂଘଚାଳକ ଶ୍ରୀ ବିଶ୍ୱନାଥ ସେଠୀ, ସେବାପ୍ରମୁଖ ଶିବରାମ ଜେନା, ପର୍ଯ୍ୟାବରଣ ପ୍ରମୁଖ କୃଷ୍ଣଚନ୍ଦ୍ର ପ୍ରଧାନ, ବୁଗୁଡ଼ା ଖଣ୍ଡ କାର୍ଯ୍ୟବାହ ଭାଗବତ ଜେନା, ସମ୍ପର୍କ ପ୍ରମୁଖ ଅମୁଲ୍ୟ ସାହୁ, ସହ ମହାବିଦ୍ୟାଳୟ ପ୍ରମୁଖ ମନୋଜ ସାହୁ,ପୋଲସରା ନଗର ମୁଖ୍ୟ ଶିକ୍ଷକ ଦୁର୍ଗାପ୍ରସାଦ ମହାପାତ୍ର, ନଗର କାର୍ଯ୍ୟବାହ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |ଏହି କାର୍ଯ୍ୟକ୍ରମରେ ପୋଲସରା ଏବଂ ବୁଗୁଡ଼ା ଅଞ୍ଚଳରୁ ପାଞ୍ଚଶହରୁ ଅଧିକ ସ୍ୱୟଂସେବକ ଯୋଗଦେଇ ନିଜ ନିଜର ପ୍ରତିଭା ପଦର୍ଶନ କରିବା ସହିତ ବିଷୟ ଆଧାରିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment