ପୋଲସରା,୨୩/୧୨(ପିପିଟି): ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବହୁ ପ୍ରାଚୀନ ଅନୁଷ୍ଠାନ କଳା ବିନୋଦନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇ ଯାଇଛି ମୁକ୍ତି ମଶାଲ ସମ୍ବର୍ଦ୍ଧନା ପର୍ବ । ଏହି ପର୍ବରେ ଓଡ଼ିଶାର ଶ୍ରମ ତଥା ନିଯୁକ୍ତି ବିମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦ୍ଘାଟକ ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ରୂପେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସଙ୍ଗୀତା ବେହେରା,ଉପାଧ୍ୟକ୍ଷ ସନ୍ତୋଷ ବେହେରା, ପୋଲସରା ପଞ୍ଚାୟତ ଉପାଧ୍ୟକ୍ଷ କାହୁଁ ପରିଡ଼ା, ଜିଲ୍ଲା ପରିଷଦ ଏବଂ ଜକର ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ । ମୁକ୍ତି ମଶାଲ ସମ୍ପାଦକ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଉପସଭାପତି ପ୍ରଶାନ୍ତ ନନ୍ଦ , ଶ୍ରମ ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଜଣାଇଥିଲେ । ଅନୁଷ୍ଠାନର ସଭାପତି ତଥା ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ଯ ପରିଚାଳିତ ହୋଇଥିଲା।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )