ପୋଲସରା ବ୍ଲକ୍ ପ୍ରାଥମିକ ଶିକ୍ଷକ ମହାସଂଘର “ଗୁରୁ ସମାବେଶ ଉତ୍ସବ” ।

ପୋଲସରା ,୦୬/୦୯(ପିପିଟି) :ପୋଲସରା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି। ଏହି କ୍ରମରେ ପୋଲସରା ବ୍ଲକ୍ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଇଥିଲା। ପୋଲସରା ଏନ୍ଏସି ଏକ୍ସ- ବୋର୍ଡ ବାଳକ/ବାଳିକା ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ଶିକ୍ଷକ ଭବନଠାରେ ମହାସଂଘ ସଭାପତି ସୂର୍ଯ୍ୟ ନାରାୟଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶିଶିରକାନ୍ତ ଦାସ, ମୁଖ୍ୟବକ୍ତା ଭାବେ ପୂର୍ବତନ ସଭାପତି କାଳୀଚରଣ ମହାପାତ୍ର ଏବଂ ସମ୍ମାନୀତ ଅତିଥିଭାବେ ଦୁର୍ଗା ପ୍ରସାଦ ମହାପାତ୍ର,ପ୍ରକାଶ ଚନ୍ଦ୍ର ପ୍ରଧାନ, ସୁଧୀର କୁମାର ପ୍ରଧାନ,କାମ୍ଫ ବାଢେଇ ଓ ରାଧାଶ୍ୟାମ ପଣ୍ଡା ପ୍ରମୁଖ ଶିକ୍ଷାବିତମାନେ ମଞ୍ଚାସିନ ଥିଲେ। ପ୍ରାରମ୍ଭରେ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଏଵଂ ବିଘ୍ନରାଜ ଶ୍ରୀଗଣେଶଙ୍କ ତୈଳଫଟୋ ଚିତ୍ରରେ ଭକ୍ତିପୁତ୍ତ ଭାବେ ପୁଷ୍ପମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ମ°ଚାସିନ ଅତିଥିବୃନ୍ଦଙ୍କ ଦ୍ବାରା ବେଦ ମନ୍ତ୍ରୋଚାରଣ ମଧ୍ୟରେ କରାଯିବା ପରେ ଦିବ°ଗତ ଗୁରୁମାନଙ୍କ ଉଦ୍ଦେଶ୍ୟରେ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ଦୁଇମିନିଟ ନୀରବ ପ୍ରାର୍ଥନା ଏଵଂ ଶୋକଶନ୍ତପ୍ତ ପରିବାରମାନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ପରେ ସମ୍ପାଦକ ଅମିତାଭ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ ଶିକ୍ଷକ ସତ୍ୟବାନ୍ ପଣ୍ଡାଙ୍କ ସ°ଯୋଜନାରେ ସମସ୍ତ ଅତିଥିବୃନ୍ଦ ନିଜନିଜର ସୁଚିନ୍ତିତ ସାରଗର୍ଭ ଅଭିଭାଷଣ ମାଧ୍ୟମରେ ମାର୍ଗଦର୍ଶନ ଦେବାସହ ସମାଜର ମଙ୍ଗଳ ସକାଶେ ମହାପୁରୁଷଙ୍କ ରାଧାକ୍ରିଷ୍ଣନ୍ ପ୍ରେରଣାଦାୟୀ ଆତ୍ମଜୀବନୀକୁ ନିଜନିଜର ହୃଦୟରେ ସ୍ଥାନ ଦେଇ ଶିକ୍ଷା ସାମ୍ବିଧାନିକ ନୀତିନିୟମ ପ୍ରକାରେ ଶିକ୍ଷାଦାନ ଭଳି ପୁଣ୍ୟ କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରେ ଏହି ବ୍ଲକର ବନ୍ଥପଲ୍ଲୀ ପଞ୍ଚାୟତ ସ୍ଥିତ ବନ୍ଥପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ବିଜୟ କୁମାର ବେହେରା, କଳମ୍ବ ପଞ୍ଚାୟତ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ତରଂଜନ ମିଶ୍ର ଓ ରବୀନ୍ଦ୍ର ପଟ୍ଟନାୟକ ଏଵଂ ଏହି ପଞ୍ଚାୟତରେ ରୁଖାକଣା ପ୍ରାଥ ବିଦ୍ୟାଳୟର ନମିତା ମିଶ୍ର, ଖଣ୍ଡୁରୁ ପଞ୍ଚାୟତ ସ୍ଥିତ କନକଦୁର୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଢ଼ିଆପଡ଼ାର ହରିହର ନାୟକ, ବେଲଗାଁ ପଞ୍ଚାୟତ ସ୍ଥିତ କନକଦୁର୍ଗା ବିଦ୍ୟାପୀଠ ମଧୁସୂଦନପୁରର ହିନ୍ଦି ତଥା ସ୍କାଉଟ୍ ମାଷ୍ଟର ବିକ୍ରମ ମହାରଣା ଏଵଂ କଣଛାଇ ପଞ୍ଚାୟତ ସ୍ଥିତ କଣିଆପଲ୍ଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଉପଢୌକନ ସହିତ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ଶିକ୍ଷକ ବାଳକୃଷ୍ଣ ହୋତା ମହାସଂଘ ତରଫରୁ ଏହି ବାର୍ଷିକ “ଗୁରୁ ସମାବେଶ”ରେ ଯୋଗଦେଇଥିବା ସମସ୍ତ ମ°ଞ୍ଚାସିନ ଅତିଥି,ଶିକ୍ଷକ,ଶିକ୍ଷୟତ୍ରୀ ଏଵଂ ଗଣମାଧ୍ୟମକୁ ଆନ୍ତରିକ ଧନ୍ୟବାଦ୍ ସହ କୃତଜ୍ଞତା ଜ୍ଞାପନ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment