ପୋଲସରା ,୦୨/୧୧(ପିପିଟି) : ଦୁର୍ନିତି ମୁକ୍ତ ସମାଜ ଗଠନରେ ପ୍ରତ୍ୟେକ ନାଗରିକଙ୍କ ପ୍ରମୁଖ ଭୂମିକା ରହିଛି। ଏଥିସହ ଏ କ୍ଷେତ୍ରରେ ବ୍ୟାପକ ସଚେତନତା ରହିବ ଆବଶ୍ୟକ ଯାହାଫଳରେ ଏକ ସୁସ୍ଥ ଓ ପ୍ରଗତିଶିଳ ସମାଜ ଗଠନ ନିଶ୍ଚିତ ଭାବେ ହୋଇପାରିବ ଏଥିରେ କୌଣସି ସନ୍ଦେହ ନାହିଁ। ଆଉ ସମାଜରେ ବ୍ୟାଧିଭାବେ ସବୁ କ୍ଷେତ୍ରରେ ଦିନକୁ ଦିନ ମାଡ଼ି ଚାଲିଥିବା ଦୁର୍ନିତି ରାକ୍ଷାସକୁ ସମୁଳେ ମୂଳୋତ୍ପାଟନ କରିବାକୁ ରାଜ୍ୟ ଓ କେନ୍ଦ୍ରସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ପ୍ରଶାସନିକ ସ୍ତରରୁ ସାଧାରଣ ଜନତାଙ୍କ ମନରେ ଦୁର୍ନିତିମୁକ୍ତ ସରକାରର ଛବି ସ୍ୱରୂପ ବିଶ୍ୱାସଭାବ ସୃଷ୍ଟି କରିବାକୁ ପଦକ୍ଷେପ ନେଇଥିବା ପରିପ୍ରେକ୍ଷୀରେ ଗତ ଅକ୍ଟୋବର ମାସଠାରୁ ଚଳିତ ନଭେମ୍ବର ମାସ ମଧ୍ୟରେ ସପ୍ତାହ ବ୍ୟାପି “ଦୁର୍ନିତି ନିବାରଣ ସଚେତନତା ସପ୍ତାହ” କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କ୍ରମରେ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହଠାରେ ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଧୁତା ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରିମାନେ ଉପସ୍ଥିତ ରହି ସଚ୍ଚୋଟତାର ସହିତ ସାମ୍ବିଧାନିକ ଆଇନର ନିୟମକୁ ପାଳନ କରି ଉତ୍କୋଚ ନନେବା ଓ ନଦେବା,ସମସ୍ତ ଦାୟିତ୍ବ ସାଧୁତା ଓ ସ୍ବଚ୍ଛତାର ସହିତ ସମ୍ପାଦନ କରିବା,ନିଜର ବ୍ୟକ୍ତିଗତ ଆଚରଣରେ ସାଧୁତା ବଜାୟ ରଖିବା,ଯେକୌଣସି ଦୁର୍ନିତି ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା