ପୋଲସରା,୦୪/୦୮ (ପିପିଟି):ପିଲାମାନଙ୍କ ଆବଶ୍ୟକ ଶିକ୍ଷାକୁ ଗୁରୁତ୍ଵ ଦେଇ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଅଧିକ ସଂଖ୍ୟାରେ ଉଚ୍ଚ ମାଧ୍ୟମିକ (ଯୁକ୍ତ-୨) ବିଦ୍ୟାଳୟ ଖୋଲିବାକୁ ସ୍ଵାଗତ ଯୋଗ୍ୟ ନିଷ୍ପତି ଏବଂ ଘୋଷଣା କରିଥିଲେ। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର କେନ୍ଦୁବାଡ଼ି ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦୁବାଡ଼ି ଏବଂ ମାଳତେନ୍ତୁଳିଆ ଗ୍ରାମ ପଞ୍ଚାୟତ ସ୍ଥିତ ପିଏମଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମାଳତେନ୍ତୁଳିଆ ଦୁଇଟି ବିଦ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ଚୟନ କରିଛନ୍ତି। ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ଘୋଷିତ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଗଞ୍ଜାମଙ୍କ ଦ୍ଵାରା ଗତ ଜୁଲାଇ ୨୧ ତାରିଖ ଦିନ ପୋଲସରା ବିଇଓ ଏବଂ ଏହି ୨ଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଆନୁଷ୍ଠାନିକ ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ଦିଆଯିବାକୁ ଖବର ଦିଆଯିବା ପରେ ବିଇଓ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗା ପୋଲସରାଙ୍କ ସମେତ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ଗ୍ରାମବାସୀମାନଙ୍କ ପକ୍ଷରୁ ଖୁସିରେ ରାଜ୍ୟ ସରକାର, ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଏବଂ ଗଣଶିକ୍ଷା ବିଭାଗ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ବିଶେଷ କରି ଦୁଇଟି ପଞ୍ଚାୟତର ୧୦ମ ଶ୍ରେଣୀର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଦୁରତାରେ ଥିବା ବୁଗୁଡ଼ା, ପୋଲସରା, ବୁଗୁଡ଼ା, ବାଲିପଦର ଆଦି ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ନ ଯାଇ ଏହି ଦୁଇଟି ବିଦ୍ୟାଳୟରେ ଅଧିକା ୨ ବର୍ଷ ଜ୍ଞାନ ଅର୍ଜ୍ଜନ କରିବାର ସୂଯୋଗ ପାଇପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା