ପୋଲସରା ବ୍ଲକରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ।

ପୋଲସରା ,୨୫/୦୮(ପିପିଟି): ପୋଲସରା ବ୍ଲକ ବେଲଗାଁ ପଞ୍ଚାୟତରେ ଗ୍ରାମପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ବିଡ଼ିଓ ଶଶୀ ଭୂଷଣ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ଥିତ ବେଲଗାଁ, ଛଞ୍ଚାଣିଆ ପଲ୍ଲୀ, ବଘାଡି, ମଧୁସୂଦନପୁର ଓ ଡିମ୍ବିରିଆ ଆଦି ଗ୍ରାମଗୁଡ଼ିକର ଜନସାଧାରଣମାନେ ଶିବିରରେ ପହଂଚି ନିଜନିଜର ନାମ ପଞ୍ଜିକରଣ କରିଥିଲେ |ଏଥିରେ ମୋଟ ୧୫୫ ଜଣ ମହିଳା ଓ ପୁରୁଷ ନିଜର ନାମ ପଞ୍ଜିକରଣ କରିଥିଲେ |ଏହି ଜନଶୁଣାଣୀରେ ବହୁଳ ମାତ୍ରାରେ ରାସନ କାର୍ଡ ଓ ଭତ୍ତା ଲାଗି ଅଭିଯୋଗ ପତ୍ର ଏଵଂ ଅନ୍ୟାନ୍ୟ ଛୋଟମୋଟ ସମସ୍ୟାଗୁଡ଼ିକୁ ନେଇ ଅଭିଯୋଗ ଆସିଥିଲା | ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ଟ୍ରାଈସାଇକେଲ ପ୍ରଦାନ କରାଯାଇଥିଲା | ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ସାହୁ, ବ୍ଲକ ଶିକ୍ଷାଧିକାରୀ ଶ୍ରୀହର୍ଷ ବାବୁ ଖାଡ଼ଙ୍ଗା, ଥାନାଧିକାରୀ କୌଶିକ ମାଝୀ,ଖାଦ୍ୟଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା,ସିଡିପିଓ ତିଳୋତ୍ତମା ରାଉତଙ୍କ ସମେତ ଅଙ୍ଗନବାଡ଼ି କର୍ମୀ,ଆଶାକର୍ମୀ ସ୍ଥାନୀୟ ଆୟୁଷମାନ୍ ସ୍ବାସ୍ଥ୍ୟ ମନ୍ଦିରର ଷ୍ଟାଫ୍ ଏଵଂ ବିଭିନ୍ନ ବିଭାଗର କର୍ମଚାରୀ ସମେତ ବ୍ଲକର ସମସ୍ତ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମଟି ସରପଞ୍ଚ ମନୋଜ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସଂପୂଣ୍ଣ ହୋଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment