ପୋଲସରା ବ୍ଲକରେ ଜମି ପଞ୍ଜିକରଣ ବ୍ୟାପକ ଦୁର୍ନୀତି,ଏସ ଏଚ ଜି ଗ୍ରୁପ୍ ବଦଳରେ ସୋସାଇଟିକୁ ଧାନ ଦେବାକୁ ଦାବୀ ।

ପୋଲସରା,୦୩/୦୧(ପିପିଟି):ଗଂଜାମ ଜିଲ୍ଲା ପୋଲସରା ବ୍ଲକରେ ଜମି ପଞ୍ଜିକରଣ ବ୍ୟାପକ ଦୁର୍ନୀତି ଏବଂ ଏସ ଏଚଜି ଗ୍ରୁପ୍ ବଦଳରେ ସୋସାଇଟିକୁ ଧାନ ଦେବାକୁ ନେଇ ପ୍ରଶାସନ ନିକଟରେ ଦାବୀ ହୋଇଛି। ଏହି ଦାବୀ ବୁଢେଇଶୁଣି ପଞ୍ଚାୟତର ଲକ୍ଷ୍ମଣପଲ୍ଲି ଗ୍ରାମବାସୀଙ୍କ ତରଫରୁ କରାଯାଇଛି। ଗ୍ରାମବାସୀଙ୍କ ଠାରୁ ଜଣାପଡିଛି ଉକ୍ତ ଗ୍ରାମର ଫୁଲ ଠାକୁରାଣୀ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ ଚାଷୀମାନଙ୍କ ଠାରୁ ଧାନ ନେବାର ଦାୟିତ୍ଵ ଦିଆଯାଇଥିବାବେଳେ ଗ୍ରୁପ୍ରର ଦାୟିତ୍ଵ ହୀନତା ସହିତ ମନୋମୁଖି ପଞ୍ଜିକରଣ ଚଳାଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ କହିବା ପ୍ରକାରେ ସେମାନଙ୍କ ବହୁ ଚାଷଜମି ଥିଲେ ମଧ୍ୟ ଏସ ଏଚଜି ସେମାନଙ୍କ କମ ଜମିକୁ ପଞ୍ଜିକରଣ କରିବା ସହିତ ସେମାନଙ୍କୁ ର୍ଦୁବ୍ୟବହାର କରୁଛି। ସେମାନଙ୍କର ୧୨ଏକର ଡେସିମିଲ ଜମି ଥିଲେ ମଧ୍ୟ ତାହାକୁ କାଣ୍ଟଛାଣ୍ଟ କରାଯାଇ ମାତ୍ର ୩୬ କୁଇଣ୍ଟାଲ ଧାନ ଦେବାକୁ ଗ୍ରୁପ୍ ଅନୁମତି ଦେବାଦ୍ୱାରା ବଳକା ଧାନ ନଷ୍ଟ ହେବାରୁ ସେମାନେ ଆର୍ଥିକ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ଏହାର ପ୍ରଭାବରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର ଦ୍ରସାଇଛନ୍ତି।ତେଣୁ ପ୍ରୁବରୁ ଆସିକା ସମବାୟ ସମିତିକୁ ଯେମିତି ଚାଷୀମାନଙ୍କ ଅମଳକ୍ଷମ ଧାନକୁ ନେବାକୁ ଦାୟିତ୍ଵ ଦିଆଯାଇଥିଲା ଠିକ୍ ସେମିତି ପୁନର୍ବାର ଆସିକା ସମବାୟ ସମିତିକୁ ଧାନ ନେବାକୁ ଦାୟିତ୍ଵ ପ୍ରଦାନ କ୍ଷମତା ଦିଆଯିବାସହ ଉକ୍ତ ଅଭିଯୋଗପୂର୍ଣ୍ଣ ଘଟଣା ବିଷୟକୁ ନେଇ ତଦନ୍ତ କରାଯାଇ ଯଥାଶୀଘ୍ର ବିହିତ କାଯ୍ୟନୁଷ୍ଠାନ ନେବାକୁ ଏକ ଦାବୀପତ୍ର ଜରିଆରେ ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀଙ୍କ ଜରିଆରେ ଗଂଜାମ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିବାସହ ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ଏହି ଦାବୀପତ୍ର ପ୍ରଦାନ କରାଯାଇଛି ବୋଲି ଉପସ୍ଥିତ ଚାଷୀ ମନୋଜ କୁମାର ସାହୁ, ପ୍ରସନ୍ନ କୁମାର ସାହୁ,ସୁବାସ ଚନ୍ଦ୍ର ସାହୁ, କୈଳାଶ ଚନ୍ଦ୍ର ସାହୁ,ଶ୍ରୀକାନ୍ତ ସାହୁଙ୍କ ସମେତ ଅନେକ ଚାଷୀମାନେ କହିଛନ୍ତି।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

 

Comments (0)
Add Comment