ପୋଲସରା ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ।

ପୋଲସରା,୨୧/୦୬(ପିପିଟି):ପୋଲସରା ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ପୋଲସରା ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ସ୍ୱାମୀ ବିଜେ ଜଗନ୍ନାଥ ମହାପ୍ରଭୁ ଙ୍କ ଘୋଷଯାତ୍ରା ବିଧିବିଧାନ, ପରମ୍ପରା ନୀତି ନିୟମ ପ୍ରକାରେ ପାଳନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ବିଡ଼ିଓ ଧର୍ମରାଜ ପରିଡା, ଉପସ୍ଥିତ ସହିତ ପୋଲିସ ପ୍ରଶାସନ ଙ୍କ ସୁରକ୍ଷା ମଧ୍ୟ୍ୟରେ ରଥ ଟଣା ଯାଇ ଶ୍ରୀ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚାଇଥିଲେ । ଏହି ଅବସରରେ ହରିବୋଲ, ହୁଳହୁଳି,ଘଣ୍ଟ ମୃଦଙ୍ଗ, ବଡଦାଣ୍ଡ ପ୍ରକମ୍ପିତ ହୋଇଥିଲା । ଭକ୍ତଗଣ କଳାଠାକୁର ଙ୍କ ଦର୍ଶନ ପାଇଁ ନିଜକୁ ଧନ୍ୟ ମନେକରିବା ସହିତ ଭୋଗ, ତୁଳସୀ, ଅର୍ପଣ କରିଥିଲେ । ଏହିପରି କଳମ୍ବ, ହାତୀଓଟ, ଡି, ଚଢିଆପଡା, ଜକର, ଷୋଡକ, ଢୁଙ୍କlପଡା, ମଥୁରା ଜେ ଡ଼େଙ୍ଗାପଦର, ମାଳତେନ୍ତୁଳିଆ, ଖଣ୍ଡୁରୁ, ଚିରିକିପଡା ଶାସନ, ବେଲଗାଁ, ରୁମାଗଡ଼, ବାଲିଛାଇ, ଗ୍ରାମ ଗୁଡିକ ରେ ଏହି ଘୋଷଯାତ୍ରା ବହୁ ଉଚ୍ଚାହ ଉଦ୍ଧିପନା ଏବଂ ଭକ୍ତିଭାବ ସହକାରେ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା

Comments (0)
Add Comment